ରାଇରଙ୍ଗପୁର: ରାଂଚି-ବିଜାୟୱାଡ଼ା ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୂର୍ଘଟଣା। ସୂଚନା ଅନୁଯାୟୀ ରାଂଚି ଅନୁଯାୟୀ ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ପୁରୁଣାପାଣି ନିକଟରେ ଦୁଇଜଣ ବାଇକ୍ ଆରୋହୀ ଭାରସାମ୍ୟ ହରାଇ ଏକ ବାରିକେଡକୁ ଧକ୍କା ଦେବାରୁ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିଲେ।

Advertisment

ଦୁଇଜଣ ଯୁବକ ହେଲେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଆହାରବନଯଦ ପଂଚାୟତର ଯୋଡାପୋଖରୀ ଗ୍ରାମର ହପା ହେମ୍ବ୍ରମ (୨୦) ଓ ତୁଫାନ ହେମ୍ବ୍ରମ(୨୦)। ଉଭୟଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟରେ ଭର୍ତି କରିଥିଲେ। ତେବେ ହପା ହେମ୍ବ୍ରମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାଇରଙ୍ଗପୁର ଟାଉନଥାନା ପୁଲିସ୍ ହାସ୍ପିଟାଲ ପହଂଚି ଶବକୁ ଜବତ କରିଛି। ପୁଲିସ୍ ଘଟଣାର ତଦନ୍ତ ଜାରିରଖିଛି ।