ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲ। ଥାନା ବିବିନା ପଂଚୟତ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଅଜିତ ରଣା (୩୧)।
ପୋଲିସ ସୂତ୍ରରୁ ଜଣାଯାଏ ବିବିନ। ପଂଚାୟତ ଗ୍ୟାସ ଗୋଦାମ ନିକଟରେ ଟାୟାର ରିପ୍ୟାରିଂ କାମ କରୁଥିବା ଅଜିତ ରଣା ଗୁରୁବାର ସକାଳୁ ଦୋକାନ ଖୋଲିବାକୁ ନିଜ ଗ୍ରାମ ଗଣ୍ଡପତ୍ରାପାଲି ପଂଚାୟତ ଭତାସରରୁ ଦୋକାନକୁ ଆସୁଥିଲେ। ଦୋକାନ ସମ୍ମୁଖରେ ନିଜ ବାଇକ୍ (ଓଡ଼ି-୦୩-ଡବ୍ଲ୍ୟୁ-୦୧୩୫) ମୋଡୁଥିବ। ସମୟରେ ବଲାଙ୍ଗୀର ପଟରୁ ଧରବଗଡ଼ ଗ୍ରାମକୁ ନିଜ ବାଇକ୍ (ଓଡ଼ି-୩୧-କେ-୬୨୬୨)ରେ ଯାଉଥିବା ରମେଶ ବିଶ୍ଵାଳ ତାଙ୍କୁ ଧକ୍କା ଦେଇଥିଲେ। ଅଜିତ ନିଜ ବାଇକରୁ ଛିଟିକି ପଡ଼ିଥିଲେ। ନିକଟରେ ଉପସ୍ଥିତ ଥିବା ଲୋକେ ଅଜିତଙ୍କୁ ଉଦ୍ଧାର କରି ୧୦୮ ଆସୁଲାନ୍ସରେ ସ୍ଥାନୀୟ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାଲେ। ସଇଁତଳା ପୁଲିସ ପହଂଚି ଶବକୁ ଜବତ କରିବ। ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଛି।
ଅଜିତଙ୍କ ବିଧବା ମା, ସ୍ତ୍ରୀ ଏବଂ ଦୁଇ ବର୍ଷର ଗୋଟିଏ ପୁଅ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ତାଙ୍କ ମୃତ୍ୟୁପରେ ଗଣ୍ଡପତ୍ରାପାଲି ସରପଂଚ ଏବଂ ସ୍ଥାନୀୟ ଲୋକେ ଅଜିତଙ୍କ ପରିବାରକୁ ସରକାରୀ ସହାୟତ। ଯୋଗାଇଦେବାକୁ ଦାବୀ କରିଛନ୍ତି।
ରମେଶ ବିଶ୍ବାଳ ଧକ୍କାଦେଇ ଫେରାର ହୋଇଯାଉଥିବା ବେଳେ ବଡ଼ମାଳ ପୁଲିସ ତାଙ୍କୁ ବଡ଼ମାଳ ଥାନାରେ ବାଇକ ସହ ଅଟକ ରଖିଥିବା ଓ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ଏସଆଇ ଆଲୋକ ଭୋଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/31/17OJ08Xjw3X32Jr27Z8C.jpeg)