ଦଶପଲ୍ଲା: ମାମୁଁ ଗାଁକୁ ଆସିଥିବା ବେଳେ ଶନିବାର ସକାଳୁ ଗାଁ ନିକଟସ୍ଥ ଜଙ୍ଗଲରୁ ଭଣଜାଙ୍କ ମୃତଦେହ ଉଦ୍ଧାର ହୋଇଛି। ପାଖରେ ମଦ ବୋତଲ ରହିଥିବା ବେଳେ କ୍ଷତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଯାହାକି ସୁଚିନ୍ତିତ ଭାବେ ହତ୍ୟାକାଣ୍ତ କରାଯାଇଥିବା ନେଇ ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦଶପଲ୍ଲା ଥାନା ଅଧୀନସ୍ଥ ଡ଼ିହଗାଁ ପଞ୍ଚାୟତ ଜାନିସାହି ଗ୍ରାମର ମହେଶ୍ବର ସାମଲଙ୍କ ପୁଅ ନୀଳାଚଳ ସାମଲ(୩୨)।

Advertisment

ଶୁକ୍ରବାର ଦିନ ନୀଳାଚଳ ଓ ପରିବାର ଲୋକ ମାମୁଁ ଗାଁ ନଛିପୁର ପଞ୍ଚାୟତ ଶ୍ରୀରାମପୁର ଗ୍ରାମର ଶ୍ରୀରାମ ପ୍ରଧାନଙ୍କ ଘରକୁ ଆସିଥିଲେ। ଶ୍ରୀରାମ ପ୍ରଧାନ ଓ ତାଙ୍କ ପରିବାର ଲୋକ ଗତକାଲି ତିର୍ଥ କରିବାକୁ ଯାଇଥିବା ବେଳେ ଏଥିପାଇଁ ଘରେ ଭୋଜିଭାତର ଆୟୋଜନ ହୋଇଥିଲା।  ପରିବାର ଲୋକ ତିର୍ଥକୁ ବାହାରି ଯିବା ପରେ ନୀଳାଚଳଙ୍କ ପରିବାର ଲୋକ ଗାଁକୁ ବାହାରି ଯାଇଥିଲେ। ହେଲେ ସେ ରହି ଯାଇଥିଲେ।

ଗାଁ ନିକଟସ୍ଥ ଜଙ୍ଗଲ ରାସ୍ତାରେ ମୃତଦେହ ପଡ଼ି ରହିଥିବା ସ୍ଥାନୀୟ କିଛି ଲୋକ ଦେଖିବାକୁ ପାଇଥିଲେ। ପରିବାର ଲୋକ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ନୀଳଚଳଙ୍କ ମୃତଦେହ ନିକଟରେ ମଦ ବୋତଲ ରହିଥିବା ବେଳେ ମୁଣ୍ତରେ ଗଭୀର ଆଘାତ ଲାଗିବା ସହ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ଯାହାକି ରାତିରେ ମଦ ପିଇବା ପାଇଁ ଆଣି ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିଛନ୍ତି। ଏପଟେ ଖବରପାଇ ପୁଲିସ ମୃତଦେହ ଜବତ କରିବା ସହ ଏକ ୟୁଡ଼ି ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି ପୁଲିସ କହିଛି।

Nayagarh