ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଖଇରିବଣି ଉପକଣ୍ଠ ଅଜାଡିହ ଗ୍ରାମ ନିକଟସ୍ଥ ବିଲ ମଝିରେ ଥିବା ଏକ କିଆବୁଦାରେ ଜନୈକ ଯୁବକ  ଆତ୍ମହତ୍ୟା କରିଥିବା ଘଟଣା ସାରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି | ମୃତକ ଜଣକ ହେଉଛି ଖଇରିବଣି ଗ୍ରାମର ମୋତିଲାଲ ମହାନ୍ତଙ୍କ ପୁଅ ଆକାଶ ମହାନ୍ତ (୨୦) | 

Advertisment

ପ୍ରାପ୍ତ ସୂଚନା ମୁତାବକ, ଖଇରିବଣି ଗ୍ରାମର ମୋତିଲାଲ ମହାନ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ତିକ୍ତତା ଲାଗି ରହିବା କାରଣରୁ ସେମାନେ ବର୍ଷେ ହବ ଅଲଗା ହୋଇ ରହି ଆସୁଥିଲେ l ତେବେ ତାଙ୍କର ୨ ପୁଅ ଥିବାବେଳେ ଜଣେ ମାଆ ପାଖରେ ବାଲେଶ୍ୱରରେ ଓ ଅନ୍ୟଜଣେ ଗାଁରେ ବାପାଙ୍କ ପାଖରେ ରହୁଥିଲା l ଅନ୍ୟପଟେ ମୋତିଲାଲ ଜଣେ ବସ ହେଲ୍ପର ଭାବେ କାମ କରୁଥିବାବେଳେ ପୁଅ ଆକାଶ ଘରେ ରହି ଘରୋଇ କାମ କରୁଥିଲେ l ପ୍ରତ୍ୟହ ଡିୟୁଟିରୁ ଫେରିବା ପରେ ମୋତିଲାଲ ଓ ତାଙ୍କ ପୁଅ ଆକାଶ ମଧ୍ୟରେ ପ୍ରାୟ ଝଗଡ଼ା ଲାଗେ l

ଆହୁରି ପଢ଼ନ୍ତୁ: Banakalagi Niti Today ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ସେହିଭଳି ଗତକାଲି ମଧ୍ୟ ଦିନ ତମାମ କଳହ ଲାଗିଥିବାବେଳେ ମୋତିଲାଲର ଭଉଣୀମାନେ ଆସି ଉଭୟ ବାପପୁଅଙ୍କୁ ବୁଝାସୁଝା କରି ଫେରିଥିଲେ l ତେବେ ଆକାଶ ଗତକାଲି ସନ୍ଧ୍ୟାରୁ ଘରୁ ବାହାରି ଯାଇଥିଲା ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଉ ଫେରିନଥିଲା l ବ୍ୟସ୍ତ ବିବ୍ରତ ହୋଇ ପରିବାର ଲୋକ ରାତିସାରା ଏଣେତେଣେ ଖୋଜାଖୋଜି କରିଥିଲେ ଵି ଆକାଶର କିଛି ସନ୍ଧାନ ପାଇନଥିଲେ l

ଆହୁରି ପଢ଼ନ୍ତୁ:Doctors' Protest Continues ସାରା ରାଜ୍ୟରେ ଏସ୍‌ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ

ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସର ତଦନ୍ତ ଆରମ୍ଭ

ତେବେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ଲୋକ ବିଲକୁ ଯାଇଥିବା ବେଳେ ଧାନ ବିଲ ଭିତରେ ଥିବା ଏକ କିଆ ବୁଦା ଭିତରେ ଏକ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପାଖକୁ ଯାଇ ଜାଣିବାକୁ ପାଇଥିଲେ କି ସିଏ କାଲି ରାତିରୁ ନିଖୋଜ ଥିବା ଆକାଶ ନିଜ ପିନ୍ଧା ଗଞ୍ଜି ବେକରେ ଲଗେଇ କିଆ ଗଛରେ ଝୁଲି ଜୀବନ ହାରିଛି l ପରେ ସେମାନେ ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସକୁ ଏ ବାବଦରେ ଖବର ଦେଇଥିଲେ l ଏଏସଆଇ ଶୁଭ୍ରାଂଶୁ ରାଉଳ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି କିଆ ବୁଦା ଭିତରେ ଝୁଲଥିବା ଆକାଶର ଝୁଲନ୍ତା ମୃତଦେହ ଉଦ୍ଧାର ପୂର୍ବକ ୨/୨୬ନଂ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତିl