ସୋର: ଋଣ ଭାର ସହିନପାରି ଜଣେ ଯୁବକ ଜୀବନ ହାରିଥିବା ଜଣାପଡ଼ିଛି। ଯୁବକ ଜଣଙ୍କ ହେଲେ ଦହିସଡା ପଂଚାୟତ ଚାରିଘରିଆ ସାହି ଗ୍ରାମର ରାକେଶ ଜେନା। ରାକେଶ ପୂର୍ବରୁ ଏକ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଗତ ୩ ମାସ ତଳେ ତାଙ୍କ ସ୍ତ୍ରୀଙ୍କ ନାମରେ ଘରୋଇ ଋଣ ନେଇ ଏକ ଡିଜେ ଗାଡ଼ି ବାହାର କରିଥିଲେ। ମାତ୍ର ଚଳିତ ବର୍ଷ ଡିଜେ ଗାଡ଼ି ବ୍ୟାନ ହେବାରୁ ରାକେଶ ସଠିକ ସମୟରେ କିସ୍ତି ଟଙ୍କା ପୈଠ କରିପାରିନଥିଲେ। ଏନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।
ଗତକାଲି ସେ ଘରକୁ ଫେରି ଅଲଗା ରୁମରେ ଶୋଇବାକୁ ଯାଇଥିଲେ। ଆଜି ସକାଳେ ପରିବାର ଲୋକେ ଉକ୍ତ ଘରର ଝରକାରେ ରାକେଶ ଫେନରେ ରଶି ଲଗାଇ ଝୁଲୁଥିବାର ଦେଖିଥିଲେ। ପରେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/bEO4Uz3emzSKEaTCoOr8.jpeg)