ମହୀଧରପୁର: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜ ଉପରେ ଏକ ପିକଅପ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋତମରା ଗ୍ରାମର ଶକ୍ତି ସୌରଭ ମହାନ୍ତି।

କାଠ ବୋଝେଇ ପିକଅପ ଗାଡ଼ି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା

ସୂଚନା ମୁତାବକ, ୧୪୯ ନମ୍ବର ଜାତୀୟ ରାଜପଥ ଗୋତମରା ଓଭର ବ୍ରିଜି ଆଡୁ ଟାଟା ଷ୍ଟିଲ ପ୍ଲାଣ୍ଟକୁ ଡିଉଟି କରିବା ପାଇଁ ଏକ ବାଇକ ଯୋଗେ ଯାଉଥିବା ବେଳେ ବଅଁରପାଳ ଆଡୁ ଆସୁଥିବା ଏକ କାଠ ବୋଝେଇ ପିକଅପ ଗାଡ଼ି  (ଓଡି-୦୮-ୟୁ-୯୮୭୯) ଦ୍ରୁତ ଗତିରେ ଆସି ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସେ  ଛିଟିକି ରକ୍ତାକ୍ତ ଅବସ୍ଥାରେ  ପଡ଼ିଥିଲେ। ତାଙ୍କୁ  ସେହି ଗ୍ରାମର ଯୁବକମାନେ  ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଶକ୍ତି ସୌରଭଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: Wood Loaded Truck Seized ସଇଁତଲା ବନ ବିଭାଗର ଚଢ଼ାଉ; ଖଇର କାଠ ବୋ‌ଝେଇ ଟ୍ରକ୍ ଜବତ, ଡ୍ରାଇଭର୍ ଫେରାର
Advertisment