ବସ୍ତା: ୧୬ ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ସ୍କୁଲ ନିକଟରେ ଜନୈକ ବାଇକ ଆରୋହୀଙ୍କ ବାଇକ ଉପର ଦେଇ ଗୋଟିଏ ଟ୍ରକ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ବାଲିଆପାଳ ଅଞ୍ଚଳର ସେକ୍ ଅହମ୍ମଦ ଉଲ୍ଲା (୪୧)।

Advertisment

ସୂଚନା ଅନୁସାରେ, ସେକ୍ ଅହମ୍ମଦ ଉଲ୍ଲା ଗତକାଲି ମଧ୍ୟରାତ୍ରୀରେ କୌଣସି କାମରେ ବାଇକ(ଓଡି ୦୧ଏଇ ୮୩୯୫) ଯୋଗେ ବାଲେଶ୍ବର ଅଭିମୁଖେ ଯାଉଥିଲେ। ଏହି ସମୟରେ ପଛରୁ ସମାନ ଦିଗରେ ଯାଉଥିବା ଏକ ଚାଉଳ ବୋଝେଇ ଟ୍ରକ(ଡ଼ବ୍ଲ୍ୟୁବି ୩୩କେ ୪୮୨୭) ଉକ୍ତ ଛକ ନିକଟରେ ତାଙ୍କ ବାଇକକୁ ଧକ୍କା ଦେବା ସହ ତାଙ୍କ ଉପର ଦେଇ ଚକା ମାଡ଼ିଯାଇଥିଲା। ଘଟଣା ସ୍ଥଳରେ ସେକ୍ ଅହମ୍ମଦ ଉଲ୍ଲାଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ବାଇକଟି ଟ୍ରକ ଚକାରେ ଲାଖିଯିବା ଯୋଗୁ ଗାଡ଼ି ଆଉ ଆଗକୁ ବଢିପାରି ନଥିଲା।

ଆହୁରି ପଢ଼ନ୍ତୁ:  Forester Arrested By Odisha Vigilance ଭବାନୀପାଟଣା ଫରେଷ୍ଟର ତଥା ବହୁ ବେନାମୀ ଗାଡ଼ିର ମାଲିକ ଭାଗବତ ଭୂଷଣ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ

ଟ୍ରକ ଛାଡ଼ି ଚାଳକ ଫେରାର୍

ଚାଳକ ଟ୍ରକ ଛାଡ଼ି ଫେରାର୍ ମାରିଥିବା ବେଳେ ଜାତୀୟ ରାଜପଥ ପହରା ପୁଲିସ, ଆମ୍ବୁଲାନ୍ସ କର୍ମଚାରୀ ପହଞ୍ଚି ରାସ୍ତାରେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିବା ମୃତ ଶରୀରରକୁ ଗୋଟାଇଥିଲେ। ବସ୍ତା ଥାନା ପୁଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ୧୦୭/୨୬ ମୂଳେ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଆହୁରି ପଢ଼ନ୍ତୁ: ସିଙ୍ଗଲ୍ ମଦର୍‌ଙ୍କ ସନ୍ତାନଙ୍କୁ ପିତାଙ୍କ ପରିଚୟ ପଚରା ଯାଇ ପାରିବନି: ବମ୍ବେ ହାଇକୋର୍ଟ