ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବିନିକା -ସିନ୍ଦୁରପୁର ରାସ୍ତା ଗଣେଶପୁର ଗାଁ ନିକଟ ବୁଲାଣିରେ ବୋଲେରୋ ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ମୃତ ଜଣେ ଆହତ I ମୃତ ବ୍ୟକ୍ତି ଜଣକ ହେଲେ ବୁର୍ଲା ଥାନା ଘୁଡକାଟିକ୍ରା ଗାଁର ଟଙ୍କଧର ନାଏକ (୫୬) ପିତା ସ୍ଵପ୍ନେଶ୍ୱର ନାଏକ ଓ ବରଗଡ ଜିଲ୍ଲା ଭାଙ୍ଗକୁଦ ଗାଁର ସୁଶାନ୍ତ ଜଗଦଲା (୩୦) ଆହତ ହୋଇଥିବା ଜଣାପଡିଛି I
ବୋଲେରୋ ଧକ୍କା ପରେ ଉଭୟେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରୁ ବୋଲେରୋ ଫେରାର ମାରିଥିଲାଵେଲେ ଉଭୟଙ୍କୁ ବିନିକା ଡାକ୍ତରଖାନା ଅଣାଯାଇଥିଲା। ଡାକ୍ତର ଟଙ୍କଧରଙ୍କୁ ମୃତ ଘୋଷଣା କରିଥିଲେ। ବିନିକା ପୁଲିସ ପହଞ୍ଚି ମୃତଦେହ ଜବତ କରି ଶଵ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ପୁଲିସ ମୃତଦେହ ହସ୍ତାନ୍ତର କରିଛି। ବିନିକା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପୁଲିସ ସୁଚନା ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/accident.jpg)