ଖନ୍ତାପଡ଼ା: ପ୍ରାତଃ ଭ୍ରମଣ ସମୟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ଜୀବନ ଯାଇଥିବାର ଦେଖିବାକୁ ମିଳିଛି। ସୂଚନା ମୁତାବକ ଖନ୍ତାପଡ଼ା ଥାନା ପଣପଣା ପଂଚାୟତ ନୂଆପଡ଼ା ଗ୍ରାମର ସ୍ୱର୍ଗତ ନରେନ୍ଦ୍ର କୁମାର ଜେନାଙ୍କ ପୁତ୍ର ବିଜୟ ଜେନା (୨୮) ବୋଲି ଜଣା ପଡ଼ିଛି।

Advertisment

ଆଜି ସକାଳ ସମୟରେ ବିଜୟ ଜେନା (୨୮) ପ୍ରାତଃ ଭ୍ରମଣ ସମୟରେ ବାହାନଗା ଆଡୁ ନିଜ ଘରକୁ ଫେରୁଥିବା ସମୟରେ ପଣପଣା ନିକଟସ୍ଥ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଆଗରେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଟ୍ରକ ପଛପଟୁ ଧକ୍କା ଦେଇଥିଲା। ବିଜୟଙ୍କ ଡାହାଣ ଗୋଡ଼ରେ ଶକ୍ତ ଧକ୍କା ହୋଇଥିଲା। ଫଳରେ ବିଜୟ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ୧୦୮ ଯୋଗେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ବିଜୟଙ୍କ ମୃତ୍ୟୁ ଖବର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ଖନ୍ତାପଡ଼ା ପୁଲିସ ତଦନ୍ତ ଚଳାଇଛି।

ଖବର ଅନୁଯାୟୀ ସେ ଆଜି ସକାଳ ସମୟରେ ପ୍ରାତଃ ଭ୍ରମଣ ସମୟରେ ବାହାନଗା ଆଡୁ ନିଜ ଘରକୁ ଫେରୁଥିବା ସମୟରେ ପଣପଣା ନିକଟସ୍ଥ ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟ ଆଗରେ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଟ୍ରକ ପଛପଟୁ ଧକ୍କା ଦେଇଥିଲା। ବିଜୟଙ୍କ ଡାହାଣ ଗୋଡ଼ରେ ଶକ୍ତ ଧକ୍କା ହୋଇଥିଲା। ଫଳରେ ବିଜୟ ତଳେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଚିକିତ୍ସା ପାଇଁ ୧୦୮ ଯୋଗେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ବିଜୟଙ୍କ ମୃତ୍ୟୁ ଖବର ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ଖନ୍ତାପଡ଼ା ପୁଲିସ ତଦନ୍ତ ଚଳାଇଛି।

accident