ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟରେ ରବିବାର ସକାଳେ ଏକ ଦ୍ରୁତଗାମୀ କାର ଭାରସାମ୍ୟ ହରାଇ ଟୋଲଗେଟର ୩ନମ୍ବର ବୁଥ ଉପରକୁ ମାଡିଯିବାରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟଜଣେ ଆହତ ହୋଇଥିଲେ l ତେବେ ବାରିପଦା ଡାକ୍ତରଖାନାରେ ଗୁରୁତରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l
ସୂଚନା ମୁତାବକ, ବାରିପଦା ଉପକଣ୍ଠ ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳର ରାଜଦୀପ ପଟ୍ଟନାୟକ ଅଜୟ ନାଏକଙ୍କ ସହିତ ଓଡି -୧୧ଏମ -୬୭୧୬ନମ୍ବର କାର ଯୋଗେ ଅତ୍ୟନ୍ତ ଦ୍ରୁତଗତିରେ ବାଲେଶ୍ୱରରୁ ବେତନଟୀ ଅଭିମୁଖେ ଆସୁଥିବା ବେଳେ ପଦ୍ମନାଭପୁର ଟୋଲଗେଟ ଠାରେ କାର ଉପରୁ ନିୟନ୍ତ୍ରଣ ହରାଇ ବସିବାରୁ ଦ୍ରୁତଗାମୀ କାରଟି ଟୋଲଗେଟର ତିନିନମ୍ବର ବୁଥ ଉପରକୁ ମାଡ଼ି ଯାଇଥିଲା l
ରାଜଦୀପ ପଟ୍ଟନାୟକ ଗାଡ଼ି ଚଳାଉ ଥିବାବେଳେ ଅଜୟ ବାମ ପାର୍ଶ୍ଵରେ ବସିଥିଲେ l ଦୁର୍ଘଟଣାରେ ବାରିପଦା ଉପକଣ୍ଠ ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳର ରାଜଦୀପ ପଟ୍ଟନାୟକ ଗୁରୁତର ଆହତ ହୋଇଥିବା ବେଳେ ଅଜୟ ନାଏକ ସାମାନ୍ୟ ଆହତ ହୋଇଥିଲେ l ଉଭୟଙ୍କୁ ଉଦ୍ଧାରକରି ୧୦୮ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ପରେ ଗୁରୁତର ରାଜଦୀପଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ରାଜଦୀପ ପଟ୍ଟନାୟକ।
ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ, ରାଜଦୀପ ପଟ୍ଟନାୟକ ଗାଡ଼ି ଚଳାଉ ଥିବାବେଳେ ଅଜୟ ବାମ ପାର୍ଶ୍ଵରେ ବସିଥିଲେ l ଦୁର୍ଘଟଣାରେ ବାରିପଦା ଉପକଣ୍ଠ ଭଞ୍ଜପୁର ୱାଲିଗଞ୍ଜ ଅଞ୍ଚଳର ରାଜଦୀପ ପଟ୍ଟନାୟକ ଗୁରୁତର ଆହତ ହୋଇଥିବା ବେଳେ ଅଜୟ ନାଏକ ସାମାନ୍ୟ ଆହତ ହୋଇଥିଲେ l ଉଭୟଙ୍କୁ ଉଦ୍ଧାରକରି ୧୦୮ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ତେବେ ପରେ ଗୁରୁତର ରାଜଦୀପଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବିଜେଡି ନେତ୍ରୀ ଛବି ମାହାଲିଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ସନତ ପଟ୍ଟନାୟକଙ୍କ ପୁଅ ରାଜଦୀପ ପଟ୍ଟନାୟକ।
ଖବରପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସହାୟତାରେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଛି l