ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଚକ ଜଗନ୍ନାଥପୁର ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ୍ ଆଘାତରେ ଘରର ଏକମାତ୍ର ଭେଣ୍ଡିଆପୁଅର ଜୀବନ ଯାଇଥିବା ଜଣାପଡିଛି। ମୃତକ ହେଲେ ସତ୍ୟଜିତ ପ୍ରଧାନ।
ଚକ ଜଗନ୍ନାଥପୁର ପଞ୍ଚାୟତ ୮ନମ୍ବର ୱାର୍ଡର ବଳରାମ ପ୍ରଧାନଙ୍କ ଏକମାତ୍ର ପୁତ୍ର ସତ୍ୟଜିତ(୨୪)। ଆଜି ନିଜ ଘରେ ଇଲେକ୍ଟ୍ରି ବୋର୍ଡ ସଜାଡୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସତ୍ୟଜିତ ଆଘାତ ପାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତ ବିଇଡି ପାଠପଢ଼ା ପରେ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଥିଲେ। ପରିବାର ଗୋଟିଏ ପୁଅ ସତ୍ୟଜିତ ଥିବାବେଳେ ଏଭଳି ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଘଟଣା ଅନୁଯାୟୀ, ଚକ ଜଗନ୍ନାଥପୁର ପଞ୍ଚାୟତ ୮ନମ୍ବର ୱାର୍ଡର ବଳରାମ ପ୍ରଧାନଙ୍କ ଏକମାତ୍ର ପୁତ୍ର ସତ୍ୟଜିତ(୨୪)। ଆଜି ନିଜ ଘରେ ଇଲେକ୍ଟ୍ରି ବୋର୍ଡ ସଜାଡୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ସତ୍ୟଜିତ ଆଘାତ ପାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟଜିତ ବିଇଡି ପାଠପଢ଼ା ପରେ କୋଚିଂ ସେଣ୍ଟରରେ ଶିକ୍ଷାଦାନ କରୁଥିଲେ। ପରିବାର ଗୋଟିଏ ପୁଅ ସତ୍ୟଜିତ ଥିବାବେଳେ ଏଭଳି ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରିରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/18/untitled-2025-08-18-12-25-24.png)