କୋଇଡ଼ା: ସୁନ୍ଦରଗଡ଼ଜିଲ୍ଲା ଜରେଇକେଲା ସୀମାନ୍ତରୁ ମାତ୍ର ୨୫ କିଲୋମିଟର ଦୁରରେ ଥିବା ସରଣ୍ଡା ଜଙ୍ଗଲ ସଂଲଗ୍ନ ଗ୍ରାମ ବଲିବାଠାରେ ଗତକାଲି ଅପରାହ୍ନରେ ପୁଣି ଏକ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା l ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ରାମବାସୀ ଆହତ ହେଇଥିଲେ। ଆହତ ଗ୍ରାମବାସୀ ସାଉ ବାରଜୋ (୩୦)ବର୍ଷ l ସାଉ ବାରଜୋ ପତ୍ର ତୋଳିବା ସହ କାଠ ପାଇଁ ଆଜି ସକାଳେ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରୁ ଫେରୁଥିବା ବେଳେ ଜଙ୍ଗଲ ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ସଂସ୍ପର୍ଶରେ ଆସିଯିବା ଯୋଗୁଁ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହେଇଥିଲା। ବିସ୍ଫୋରଣରେ ସାଉ ବାରଜୋର ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ବାଲିବାରେ ଥିବା ସିଆରପିଏଫ ଯବାନମାନେ ସାଉ ବାରଜୋକୁ ଚିକିତ୍ସା ନିମନ୍ତେ ମନୋହରପୁର ସ୍ଥିତ ସରକାରୀ ହସ୍ପିଟାଲକୁ ପଠାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ସୁଚନା ମିଳିଛି l
ସୀମାନ୍ତରୁ ମାତ୍ର ୨୫ କିଲୋମିଟର ଦୁରରେ ଥିବା ସରଣ୍ଡା ଜଙ୍ଗଲ ସଂଲଗ୍ନ ଗ୍ରାମ ବଲିବାଠାରେ ଗତକାଲି ଅପରାହ୍ନରେ ପୁଣି ଏକ ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ହୋଇଥିବା ସୂଚନା ମିଳିଥିଲା l ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳର ଜଣେ ଗ୍ରାମବାସୀ ଆହତ ହେଇଥିଲେ। ଆହତ ଗ୍ରାମବାସୀ ସାଉ ବାରଜୋ (୩୦)ବର୍ଷ l ସାଉ ବାରଜୋ ପତ୍ର ତୋଳିବା ସହ କାଠ ପାଇଁ ଆଜି ସକାଳେ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲରୁ ଫେରୁଥିବା ବେଳେ ଜଙ୍ଗଲ ରାସ୍ତାରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ ସଂସ୍ପର୍ଶରେ ଆସିଯିବା ଯୋଗୁଁ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହେଇଥିଲା। ବିସ୍ଫୋରଣରେ ସାଉ ବାରଜୋର ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ବାଲିବାରେ ଥିବା ସିଆରପିଏଫ ଯବାନମାନେ ସାଉ ବାରଜୋକୁ ଚିକିତ୍ସା ନିମନ୍ତେ ମନୋହରପୁର ସ୍ଥିତ ସରକାରୀ ହସ୍ପିଟାଲକୁ ପଠାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ସୁଚନା ମିଳିଛି l
ଚାଇଁବାସା ଏସ. ପି ରାକେଶ ରଞ୍ଜନ ନକ୍ସଲବାଦୀଙ୍କ ଦ୍ୱାରା ଲଗାଯାଇଥିବା ଆଇଇଡି ବିସ୍ଫୋରଣକୁ ନିଶ୍ଚିତ କରିଛନ୍ତି। କୁହାଯାଉଛି ଯେ ନକ୍ସଲବାଦୀମାନେ ପୁଲିସ କର୍ମଚାରୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଏହି ଲ୍ୟାଣ୍ଡ ମାଇନ ଲଗାଇ ଥିଲେ। କିନ୍ତୁ ଜଣେ ନିରୀହ ଗ୍ରାମବାସୀ ସଂସ୍ପର୍ଶରେ ଆସିଗଲେ। ଅପରପକ୍ଷରେ କେ ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର କୁଆରୀରୁ ମାଓବାଦୀମାନେ ପାଞ୍ଚ ଟନ ବିସ୍ଫୋରକ ଲୁଟିବା ଘଟଣାକୁ ପାଞ୍ଚ ଦିନ ପୁରିଛି I ତାକୁ ନେଇ ଏବେ ଉଭୟ ଓଡ଼ିଶା ଓ ଝାରଖଣ୍ଡ ରାଜ୍ୟରେ କମ୍ବିଂ ଅପରେସନ ଜୋରଦାର କରାଯିବା ସହିତ ଏବେ ସବିଶେଷ ସୂଚନା ମୁତାବକ ଝାରଖଣ୍ଡ ସରଣ୍ଡା ସଂଲଗ୍ନ ଥଲକୋବାଦ ଓ ବିଟକେଲସୋୟା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ତୀବ୍ର କରାଯାଇଛି I
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/cracker-unit-explosion-1200x900-1.jpg)