ସୁନ୍ଦରଗଡ଼: ଜୁଆ ଖେଳିବାକୁ ଯାଇ ପ୍ରାଣ ହରାଇଲେ ସୁନ୍ଦରଗଡ଼ ସହରର ଯୁବକ। ଯୁବକ ଜଣକ ବନଦୁର୍ଗା ମନ୍ଦିରପଡ଼ାର ଫୈଜଲ ବୋଲି ଜଣାପଡ଼ିଛି। ହୃଦଘାତରେ ଯୁବକଙ୍କ ମୃତ୍ଯୁ ହୋଇଥିବା କୁହାଯାଉଥିବାବେଳେ ଲକ୍ଷାଧିକ ଟଙ୍କା ଧରି ସେ ଝାରଖଣ୍ଡ ସୀମାନ୍ତ ଟାଙ୍ଗରଗାଁ ନିକଟ ଜଙ୍ଗଲର ଜୁଆ ଆଡ୍ଡାକୁ ଯାଇଥିବାବେଳେ ତାଙ୍କ ମୃତ୍ଯୁକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

Advertisment

ତଳସରା ପୁଲିସ ଜୁଆ ଆଡ୍ଡାରେ ଚଢ଼ାଉ କରି ଜଣକୁ ଧରିଥିବାବେଳେ ଅନ୍ଯମାନେ ଫେରାର ହୋଇ ଯାଇଥିଲେ। ପୁଲିସ ଜଣକ ବ୍ଯତୀତ କାହାକୁ ନପାଇ ଆଡ୍ଡାରୁ ୫ଟି କାର୍, ୬ଟି ବାଇକ ଜବତ କରିଥିଲା। ତେବେ ରାତିରେ ପୁଲିସକୁ ଖବର ମିଳିଥିଲା ଯେ, ଜୁଆ ଖେଳିବାକୁ ଆସିଥିବା ଜଣେ ଯୁବକ ଅସୁସ୍ଥ ହେବା ପରେ ଅନ୍ଯ ସାଙ୍ଗମାନେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ଯୁ ହୋଇ ଯାଇଥିଲା।

ଅନ୍ଯପଟେ ସନ୍ଧ୍ଯାରେ ତଳସରା ପୁଲିସ ଜୁଆ ଆଡ୍ଡାରେ ଚଢ଼ାଉ କରି ଜଣକୁ ଧରିଥିବାବେଳେ ଅନ୍ଯମାନେ ଫେରାର ହୋଇ ଯାଇଥିଲେ। ପୁଲିସ ଜଣକ ବ୍ଯତୀତ କାହାକୁ ନପାଇ ଆଡ୍ଡାରୁ ୫ଟି କାର୍, ୬ଟି ବାଇକ ଜବତ କରିଥିଲା। ତେବେ ରାତିରେ ପୁଲିସକୁ ଖବର ମିଳିଥିଲା ଯେ, ଜୁଆ ଖେଳିବାକୁ ଆସିଥିବା ଜଣେ ଯୁବକ ଅସୁସ୍ଥ ହେବା ପରେ ଅନ୍ଯ ସାଙ୍ଗମାନେ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମୃତ୍ଯୁ ହୋଇ ଯାଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।