ଜଗତସିଂହପୁର: ସାଙ୍ଗମାନଙ୍କ ସହିତ ସମୁଦ୍ରରେ ଗାଧୋଇବା ବେଳେ ଆଜି ଜଣେ ପର୍ଯ୍ୟଟକ ଭାସି ଯାଇଛନ୍ତି। ସଂପୃକ୍ତ ଯୁବକଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଜଗତସିଂହପୁର ଜିଲ୍ଲା ଏରସମା-ସିଆଳି ସମୁଦ୍ରର ଲହଡ଼ିରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କର ପରିଚୟ ମିଳିନାରି ନାହିଁ।
ସୂଚନା ଅନୁସାରେ ଆଜି ଏରସମା-ସିଆଳି ସମୁଦ୍ରରେ ୯ଜଣ ପର୍ଯ୍ୟଟକ ଗାଧୋଉଥିଲେ। ଏଥିରୁ ଜଣେ ଯୁବକ ହଠାତ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପରେ ଉଦ୍ଧାର କରାଯାଇଥିଲା। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ଆଉ ୮ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି।
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/06/15/I5pzaZEdSZxbNOkM0FSi.jpg)