ସୁନ୍ଦରଗଡ଼: ଜିଲ୍ଲାର ତଳସରା ଥାନା ଅଧୀନ ବାଲିଶଙ୍କରା ବ୍ଲକ ଘୋଘର ନିକଟ ଇବ ନଦୀରେ ରବିବାର ଅପରାହ୍‌ଣରେ ପୁଣି ଅଘଟଣ ଘଟିଛି। ଏଠାରେ ପାଣିରେ ବୁଡ଼ି ଜଣେ ଯୁବକ ନିଖୋଜ ଅଛନ୍ତି। ପରିବାର ଓ ସାଙ୍ଗ ସାଥୀଙ୍କ ସହ ବୁଲିବାକୁ ଯାଇ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି। ନିଖୋଜଯୁବକ ହେଲେ ପ୍ରସାଦ କଞ୍ଜିପତି ସାତ୍ତ୍ଵିକ (୧୮)। ତାଙ୍କ ବାପା ଏନଟିପିସି ଦର୍ଲିପାଲିରେ ଚାକିରି କରନ୍ତି। 

Advertisment

ସୂଚନା ଅନୁସାରେ ପ୍ରସାଦ କଞ୍ଜିପତି ସାତ୍ତ୍ଵିକଙ୍କ କାକା ଏନଟିପିସିରେ ଚାକିରି କରନ୍ତି। ବିଶାଖପାଟଣାର ସାତ୍ତ୍ଵିକ ତାଙ୍କ ଭଉଣୀ ସହ ପୂଜା ଛୁଟିରେ କାକା ଘରକୁ ଆସିଥିଲେ। ୧୫ ଜଣଙ୍କ ମଧ୍ୟରେ ସାତ୍ତ୍ଵିକଙ୍କ ଭଉଣୀଙ୍କ ସମେତ ୫ ଜଣ ଝିଅ ଥିଲେ। ରୋଷେଇ ସରିବା ପରେ ସାତ୍ତ୍ଵିକ ଝିଅମାନଙ୍କ ସହ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ବାଲିରେ ପାଦ ଖସି ଯାଇ ସ୍ରୋତରେ ପଡ଼ି ଯାଇଥିଲେ। ଏହି ସ୍ଥାନ ତାଙ୍କ ପାଇଁ ସଂପୂର୍ଣ୍ଣ ହୋଇଥିବାରୁ ସେ ପାଣିର ଗଭୀରତା ସଂପର୍କରେ ଜାଣି ନଥିଲେ। ପାଣିର ଗତି ମଧ୍ୟ ତୀବ୍ର ଥିଲା, ଯେଉଁଥି ପାଇଁ ତାଙ୍କୁ ଭସାଇ ନେଇଛି। 

Ghoghora

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଘୋଘର ନାଳ ବାଲିଶଙ୍କରା ନିକଟ ଦେଇ ପ୍ରବାହିତ ହେଉଛି। ବାଲିଶଙ୍କରା ଠାରୁ ପ୍ରାୟ ୪ କିଲୋମିଟର ଗଲେ ଘୋଘରା ନାଳ ପଡ଼ିଥାଏ। ନାଳଟି ଯଦିଓ ବହୁତ ପ୍ରଶସ୍ତ ନୁହେଁ କିନ୍ତୁ ଏଠାର କୁଳୁକୁଳୁ ସ୍ବର ପର୍ଯ୍ୟଟକଙ୍କୁ ବହୁଦୂରରୁ ଡାକିଆଣିଥାଏ। ଯେଉଁ ପର୍ଯ୍ୟଟକ ଏଠାକୁ ଥରଟିଏ ବୁଲିବାକୁ ଯାଇଛନ୍ତି, ସେ କେବେ ଭୁଲିପାରିବେ ନାହିଁ। ପିକନିକ ଋତୁରେ ଏଠାକୁ ପ୍ରତି ଦିନ ହଜାର ହଜାର ଲୋକ ବଣଭୋଜି କରିବାକୁ ଓ ବୁଲିବାକୁ ଆସିଥାନ୍ତି। ଏଠାକାର ପ୍ରାକୃତିକ ମନୋରମ ଦୃଶ୍ୟ ଅନେକ ପର୍ଯ୍ୟଟକଙ୍କୁ ଅଟକାଇପାରି ନାହିଁ। 

ନିଖୋଜ ଯୁବକ ଜଣକ ଦର୍ଲିପାଲିସ୍ଥିତ ଏନ୍‌ଟିପିସି ପାୱାର ପ୍ଲାଣ୍ଟରେ ଚାକିରି କରୁଥିବା ଜଣାପଡ଼ିଛି। ସେ ନିଖୋଜ ହେବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯିବାକୁ ଉଦ୍ୟମ ଜାରି ରହିଛି।  ଏହା ପୂର୍ବରୁ ସେହି ସ୍ଥାନ ୫ ଜଣଙ୍କ ବୁଡି ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗର ସନ୍ଧାନ ଜାରି।

ସୂଚନାଯୋଗ୍ୟ ୨୦୨୧ ଜାନୁଆରି ୩ ତାରିଖ ଦିନ ସାଙ୍ଗମାନଙ୍କ ସହିତ ଏଠାରେ ଖୁସିରେ ସେଲ୍ଫି ନେଲାଵେଳେ ଜଣେ ଯୁବତୀ ନିଖୋଜ ହୋଇଥିଲେ। ଅଗ୍ନିଶମ ବାହିନୀ, ପୁଲିସ କର୍ମଚାରୀ ଓ ଧୀବରମାନେ ବହୁ ସମୟ ଧରି ପାଣି ଭିତରେ ତଲାସି ଥିଲେ ଵି ଯୁଵତୀଙ୍କ କୌଣସି ପତ୍ତା ମିଳିପାରି ନଥିଲା। ଏଠାରେ ଅନେକ ସମୟରେ ଅଘଟଣ ଘଟିଛି। ସଚେତନାର ଅବହେଳା ଯୋଗୁଁ ବାରମ୍ବାର ଜୀବନ ଯାଉଛି।