ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଞ୍ଜଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ବାଦାମପାହାଡ ଥାନା ଅର୍ନ୍ତଗତ ବାଦାମ ଚଉରାଡିହି ଗ୍ରାମର ସର୍ଗତଃ ଭାଗବତ ମୂର୍ମୁଙ୍କ ପୁଅ ବଇଦନାଥ ମୁର୍ମୁ (୪୫) ଆଜି ଗ୍ରାମ ପୋଖରୀକୁ ଗଧେଇବାକୁ ଯାଇଥିବା ସମୟରେ ସେ ପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ମୃତ୍ୟୁ ଘଟିଛି।
ପୂର୍ବରୁ ତାଙ୍କର ଆଉଁରିଆ ବାତ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ପୁଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବାଦାମପାହାଡ ଥାନାରେ କେଶ୍ ନଂ ୯/୨୫ ରେ ଏକ ଅପମୃତ ମାମଲା ରୁଜୁ କରିଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/13/7qdiPi5YmfxtjUAemp6n.jpg)