କୁଜଙ୍ଗ: ଭଉଣୀର ଶାଶୂଙ୍କ ପାଇଁ ଦଶାହ କାର୍ଯ୍ୟ ଚାଲିଥିବା ବେଳେ କେନାଲରେ ଭାସିଯାଇ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଜଗତସିଂହପୁରଜିଲ୍ଲା କୁଜଙ୍ଗ ଥାନା ଅଧୀନ ଚାନ୍ଦପୁର ଅଂଚଳରେ ଆଜି ଅପରାହ୍ଣରେ ଏହି ଶୋକାକୁଳ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ଦୀପ୍ତି ରଂଜନ ପରିଡ଼ା (୨୬)।
ସୂଚନା ଅନୁସାରେ ଆଜି ଚାନ୍ଦପୁର ଗ୍ରାମରେ ପଙ୍କପାଳ ଗାଁର ଦୀପ୍ତି ରଂଜନ ପରିଡ଼ାଙ୍କର ଭଉଣୀଙ୍କର ଶାଶୂଙ୍କ ଦଶାହ କର୍ମ ଚାଲିଥିଲା। ଘରେ ଭୋଜିଭାତ ଚାଲିଥିବା ବେଳେ ଦୀପ୍ତି ରଂଜନଙ୍କ ଭିଣୋଇଙ୍କ ସହିତ ପରିବାର ଲୋକେ ଗ୍ରାମ ନିକଟ ତାଳଦଣ୍ଡା କେନାଲ ପାର୍ଶକୁ ମୁଣ୍ଡନ ଓ ଅନ୍ୟ କାର୍ଯ୍ୟ ପାଇଁ ଯାଇଥିଲେl ଦଶାହ କାର୍ଯ୍ୟ ଅବସରରେ ସେଠାରେ ବ୍ରାହ୍ମଣ, ବାରିକ ଓ ବନ୍ଧୁବାନ୍ଧବଙ୍କ ସମାଗମ ହୋଇଥିଲା।
କେନାଲରେ ଆଜି ଦୀପ୍ତି ରଂଜନଙ୍କ ସହିତ ଅନ୍ୟମାନେ କେନାଲରେ ଗାଧୋଉଥିଲେ। ତେବେ କେନାଲର ଏହି ସ୍ଥାନରେ ଦୀପ୍ତିଙ୍କର ଗାଧୋଇବାର ଅଭ୍ୟାସ ନଥିବାରୁ ଜଳର ସ୍ରୋତ ଏବଂ ଗଭୀରତା ବିଷୟରେ ଜାଣି ନଥିଲେ। ତେଣେୁ ସେ ଭାସି ଯାଇଥିଲେ।
/filters:format(webp)/sambad/media/media_files/2025/08/09/kujanga-2025-08-09-16-58-45.jpg)
ଏନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଟିମ୍ ପହଞ୍ଚି ଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ। ଶେଷରେ ଅଗ୍ନିଶମ ବାହିନୀକୁ ଅପରେସନ୍ରେ ସଫଳତା ମିଳିଥିଲା। ଦୀପ୍ତି ରଂଜନଙ୍କୁ ଗୁରୁତର ଅବସ୍ଥାରେ ତାଳଦଣ୍ଡା କେନାଲରୁ ଉଦ୍ଧାର କରାଯାଇଥିଲା। କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀପ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ବର୍ଷାଋତୁ କାରଣରୁ ତାଳଦଣ୍ଡା କେନାଲରେ ଏବେ ଭରପୁର ପାଣି ସହିତ ଭୀଷଣ ସ୍ରୋତ ଜାରି ରହିଛି। ସତର୍କ ହୋଇ ପାଣିରେ ପ୍ରବେଶ ନକଲେ ଅଘଟଣ ଘଟିବାର ଆଶଙ୍କା ରହୁଛି। ବିଗତ ଦିନରେ ମଧ୍ୟ ତାଳଦଣ୍ଡା କେନାଲରେ ଭାସିଯାଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟରେ କେନାଲର ଘାଟ ଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ପାଇଁ ସୂଚନା ଫଳକ ଲଗାଗଲେ ଅନେକଙ୍କ ଜୀବନ ବଞ୍ଚିପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
ରିପୋର୍ଟ: କୁଜଙ୍ଗରୁ ଦୁଷ୍ମନ୍ତ
Jagatsinghpur
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/09/new-project-20-2025-08-09-16-58-56.jpg)