ଭୁବନେଶ୍ୱର: ଆଜିକାଲିର ଯୁବପିଢ଼ିଙ୍କୁ ରାତାରାତି ଲକ୍ଷପତି ଅଥବା କୋଟିପତି ହେବାର ସ୍ବପ୍ନ ଦେଖୁଛନ୍ତି। ଏହା ପୁଣି ବିନା ପରିଶ୍ରମରେ। ଯୁବପିଢ଼ି ଘରେ ବସି ଅଥବା କମ୍ ପରିଶ୍ରମରେ ଅନ୍ଲାଇନ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ଭଲ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। କିନ୍ତୁ ଯୁବପିଢ଼ିଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅନ୍ଲାଇନ୍ ସଂସ୍ଥା ମଧ୍ୟ ଫାସ ବସାଉଛନ୍ତି। କିଛି ଅନ୍ଲାଇନ୍ ଗେମ୍ ସଂସ୍ଥା ଯୁବବର୍ଗଙ୍କୁ ଲୋଭ ଦେଖାଇ କୋଟିକୋଟି ଟଙ୍କା କୌଶଳକ୍ରମେ ନେଇଯାଉଛନ୍ତି। କିନ୍ତୁ ଏହି ଅନ୍ଲାଇନ୍ ଗେମ୍ରେ ହାରିଯିବା ପରେ ଅନେକ ମାନସିକ ରୂପେ ଭାରସାମ୍ୟ ହରାଇ ଜୀବନ ହାରିବାକୁ ମଧ୍ୟ ପଛାଉ ନାହାନ୍ତି। ରାଜଧାନୀ ଭୁବନେଶ୍ବରରେ ଏଭଳି ଏକ ମାମଲା ଆସିଛି। ଲକ୍ଷ୍ମୀସାଗର ଥାନା ଚମ୍ପା ପୋଖରୀ ଅଞ୍ଚଳରେ ରହୁଥିବା ଜଣେ ଯୁବକ ଅନ୍ଲାଇନ୍ ଗେମ୍ରେ ଲକ୍ଷାଧିକ ଟଙ୍କା ହାରିଯିବା ପରେ ଜୀବନ ହାରିଛନ୍ତି। ମୃତ ବ୍ୟକ୍ତି ହେଲେ ବିକାଶ ନାୟକ (୨୩)।
ଯୁବପିଢ଼ି ଘରେ ବସି ଅଥବା କମ୍ ପରିଶ୍ରମରେ ଅନ୍ଲାଇନ୍ ଓ ସୋସିଆଲ ମିଡିଆ ମାଧ୍ୟମରେ ଭଲ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। କିନ୍ତୁ ଯୁବପିଢ଼ିଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅନ୍ଲାଇନ୍ ସଂସ୍ଥା ମଧ୍ୟ ଫାସ ବସାଉଛନ୍ତି। କିଛି ଅନ୍ଲାଇନ୍ ଗେମ୍ ସଂସ୍ଥା ଯୁବବର୍ଗଙ୍କୁ ଲୋଭ ଦେଖାଇ କୋଟିକୋଟି ଟଙ୍କା କୌଶଳକ୍ରମେ ନେଇଯାଉଛନ୍ତି।
ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ଅଧୀନ ଚମ୍ପା ପୋଖରୀ ଅଞ୍ଚଳରେ ବିକାଶ ନାୟକ ପ୍ରାୟତଃ ମୋବାଇଲ ମାଧ୍ୟମରେ ଅନ୍ଲାଇନ୍ ଗେମ୍ ଖେଳୁଥିଲେ। ସେ ଏହି ଖେଳ ଖେଳୁଥିବା ସମୟରେ ହାରି ଯାଇଥିଲେ। ଗେମ୍ ହାରିଯିବା ପରେ ବିକାଶ ମାନସିକ ଭାରସାମ୍ୟ ହରାଇଥିଲେ। କ’ଣ କରିବେ ନ କରିବେ କିଛି ଭାବି ନଥିଲେ। ଶେଷରେ ଘର ଭିତରେ ଦଉଡ଼ି ଦେଇ ଝଚଲି ପଡ଼ିଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାସ୍ଥଳରୁ ଏକ ମୋବାଇଲ ଜବତ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଅନ୍ୟପଟରେ ଏହି ଅପ୍ରୀତିକର ଘଟଣା ନେଇ ଲକ୍ଷ୍ମୀସାଗର ଅଞ୍ଚଳରେ ଚର୍ଚ୍ଚା ହେଉଛି।
Bhubaneswar
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/19/8lkOn8Oi5oEjGUWa73jP.jpg)