ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ବାଛୁରୀପଡ଼ା ଗ୍ରାମର ସ୍ୱର୍ଗତ ପରେଶଚନ୍ଦ୍ର ସାହୁଙ୍କ ପୁଅ ଶୁଭମ ସାହୁ (୨୩) ଶୁକ୍ରବାର ସକାଳେ ଘର ଭିତରେ ଗାମୁଛା ସାହାଯ୍ୟରେ ବେକରେ ଫାଶୀ ଦେଇ ଜୀବନ ହାରିଛନ୍ତି। ବୈଶିଙ୍ଗା ପୁଲିସ ଅପମୃତ୍ୟୁ ମାମଲା ରୁଜୁ ପୂର୍ବକ ମୃତଦେହ ଜବତ କରିଛିl
ସୂଚନା ଅନୁଯାଇ ଆଜକୁ ୧୩ବର୍ଷ ପୂର୍ବେ ପରେଶ ୨ପୁଅ ଓ ଗୋଟେ ଝିଅ ସାନ ଥିବାବେଳେ ସେ ମାନସିକ ଭରସାମ୍ୟ ହରାଇ ବିଷ ପିଇ ଜୀବନ ହାରିଥିଲେl ତାଙ୍କ ମୃତ୍ୟୁ ପରେ ବହୁ ସଂଘର୍ଷ କରି ମା’ ୩ ଛୁଆଙ୍କୁ ବଢ଼ାଇଥିଲେ। ହେଲେ ପରେ ନିଜର ଦରିଦ୍ରତା ପାଇଁ ସାନ ପୁଅ ଓ ଝିଅକୁ ମାମୁଁ ଘରେ ଛାଡି ଦେଇଥିଲେ ଏବଂ ନିଜର ବଡପୁଅ ଶୁଭମଙ୍କୁ ସାଥିରେ ଘରେ ରହୁଥିଲେ ଓ କଷ୍ଟେମଷ୍ଟେ ଚଳି ଯାଉଥିଲେl
ଆଜକୁ ୧୩ବର୍ଷ ପୂର୍ବେ ପରେଶ ୨ପୁଅ ଓ ଗୋଟେ ଝିଅ ସାନ ଥିବାବେଳେ ସେ ମାନସିକ ଭରସାମ୍ୟ ହରାଇ ବିଷ ପିଇ ଜୀବନ ହାରିଥିଲେl ତାଙ୍କ ମୃତ୍ୟୁ ପରେ ବହୁ ସଂଘର୍ଷ କରି ମା’ ୩ ଛୁଆଙ୍କୁ ବଢ଼ାଇଥିଲେ। ହେଲେ ପରେ ନିଜର ଦରିଦ୍ରତା ପାଇଁ ସାନ ପୁଅ ଓ ଝିଅକୁ ମାମୁଁ ଘରେ ଛାଡି ଦେଇଥିଲେ।
ତେବେ ତାଙ୍କ ବଡ଼ ପୁଅ ଶୁଭମ ସାମାନ୍ୟ ମାନସିକ ବିକୃତ ଥିବାବେଳେ ସେ ବାରମ୍ବାର ଜୀବନ ହାରିବାକୁ ଉଦ୍ୟମ କରିଥିଲେ ବି ସଫଳ ହୋଇପାରିନଥିଲାl କିନ୍ତୁ ଆଜି ସକାଳୁ ଉଠିବାପରେ ମା’ ଗାଧୋଇବାକୁ ବାହାରିଯିବା ପରେ ଘରେ କବାଟ ଝରକା ବନ୍ଦ କରି ପାଖରେ ଥିବା ଗାମୁଛାକୁ ବେକରେ ଲଗାଇ ଜୀବନ ହାରିଥିଲେ l ମା’ ଗାଧୋଇ ସାରି ଘରକୁ ଫେରି ଶୁଭମକୁ ଝୁଲୁ ଥିବାର ଦେଖି ସାହିପଡିଶାଙ୍କ ସାହାଯ୍ୟରେ ଶୁଭମକୁ ନେଇ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚାଇ ଥିଲେl ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେl
ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ଶୁଭ୍ରାଂଶୁ ରାଉଳ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେl ବେତନଟୀରେ ନବନିର୍ମିତ ଶବବ୍ୟବଛେଦ ଗୃହରେ ଆଜି ପ୍ରଥମ ଥର ପାଇଁ ଶୁଭମଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲାl
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)