ରାଇରଙ୍ଗପୁର/ହାଟବାଦଡ଼ା: ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡ଼ା ଫାଣ୍ଡି ଅଂଚଳରେ ମହାରାଷ୍ଟ୍ରର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଲେ ସୁନ୍ଦରଲାଲ ବାଲନାଥ (୪୫)।
ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ଉମରେଡ ଥାନା ଅନ୍ତର୍ଗତ ଉଦାସା ଗ୍ରାମର ସୁନ୍ଦରଲାଲ ବାଲନାଥ ତାଙ୍କ ପରିବାର ଓ ଜ୍ଞାତି ସମ୍ପର୍କୀୟ ସହିତ ଆସି ରାଇରଙ୍ଗପୁର ଅଞ୍ଚଳରେ ଜଙ୍ଗଲ ଜାତୀୟ ଔଷଧ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ତାଙ୍କ ସହଧର୍ମିଣୀଙ୍କ କହିବା ଅନୁସାରେ ହାଟବାଦଡା ନଦୀକୁ ଗାଧୋଇବାକୁ ଯାଇ ହଜିଯାଇଥିଲେ। ପରିବାର ଲୋକେ ଖଜାଖୋଜି କରିବାପରେ ମଧ୍ୟ ପାଇନଥିଲେ।
ଗତକାଲି ଲୋକେ ନଦୀରେ ଏକ ଶବ ଭାସୁଥିବା ଦେଖି ଫାଣ୍ଡିକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଆଣି ଶବ ଵେବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେସ ୩/୨୫ ରେ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/post_attachments/wp-content/uploads/2023/06/dead-fff.jpg)