ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ଅଜାଡ଼ିହ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟା ସମୟରେ ଏକ ଅଜଣାଗାଡି ଧକ୍କାରେ ଜନୈକ ବୁଲ୍ଳେଟ ଚାଳକ ଯୁବକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ ତିଲତ୍ତମା ଦାସ ନାମରେ ପଞ୍ଜିକୃତ ଓଡି-୦୧ଏଜେ-୨୫୪୩ ନମ୍ବର ବିଶିଷ୍ଟ ବୁଲ୍ଲେଟ ଯୋଗେ ସହଦେଵଖୁଣ୍ଟାଥାନା ଅଧୀନ ଫୁଲାଡ଼ି ଉପକଣ୍ଠ କଣ୍ଟାବଣିଆ ଗ୍ରାମର ଶଙ୍କର୍ଷଣ ଦାସଙ୍କ ପୁଅ ହରିଶ୍ଚନ୍ଦ୍ର ଦାସ ଚିତ୍ରଡାସ୍ଥିତ ଏକ ଦୋକାନରେ କାମ କରୁଥିବାବେଳେ ଘରୁ ବାହାରି ଚିତ୍ରଡା ଅଭିମୁଖେ ଯାଉଥିବା ସମୟରେ ବୈଶିଙ୍ଗା ଅତିକ୍ରମ କରିବା ପରେ ଅଜାଡିହ ଛକ ନିକଟରେ ବିପରୀତ ଦିଗରୁ ଭୁଲ ରାସ୍ତାରେ ଆସୁଥିବା ଏକ ଅଜଣାଗାଡି ତାଙ୍କୁ ଧକ୍କା ଦେଇ ଫେରାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
/sambad/media/media_files/2024/10/18/6ddce30d-d78a-4e50-b039-b6806fa1fa5f.jpeg)
ହରିଶ୍ଚନ୍ଦ୍ର ଦାସ ଚିତ୍ରଡାସ୍ଥିତ ଏକ ଦୋକାନରେ କାମ କରୁଥିବାବେଳେ ଘରୁ ବାହାରି ଚିତ୍ରଡା ଅଭିମୁଖେ ଯାଉଥିବା ସମୟରେ ବୈଶିଙ୍ଗା ଅତିକ୍ରମ କରିବା ପରେ ଅଜାଡିହ ଛକ ନିକଟରେ ବିପରୀତ ଦିଗରୁ ଭୁଲ ରାସ୍ତାରେ ଆସୁଥିବା ଏକ ଅଜଣାଗାଡି ତାଙ୍କୁ ଧକ୍କା ଦେଇ ଫେରାର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଦୁର୍ଘଟଣାରେ ଗୁରୁତର ହରିଶ୍ଚନ୍ଦ୍ରଙ୍କୁ ସ୍ଥାନୀୟ ଲୋକ ଉଦ୍ଧାରକରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ପରିବାରଲୋକେ ତାଙ୍କୁ ତୁରନ୍ତ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛନ୍ତି। ଖବର ପାଇ ବୈଶିଙ୍ଗା ପୁଲିସ ହରିଶ୍ଚନ୍ଦ୍ରଙ୍କ ଦୁର୍ଘଟଣାଗ୍ରସ୍ତ ବୁଲ୍ଲେଟକୁ ଜବତ କରିବା ସହିତ ଧକ୍କା ଦେଇ ଚମ୍ପଟ ମାରିଥିବା ଅଜଣାଗାଡିକୁ ଧରିବାପାଇଁ ଉଦ୍ୟମ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/18/246af8d4-ca32-4d42-857e-d5a096d5d7b2.jpeg)