ଆସିକାରେ ବାଣ ଭିଡୁଥିବାଳେ ଯୁବକ ଗୁରୁତର
ଜଟଣୀ/ଆସିକା: ରାତି ପାହିଲେ ଆଲୋକର ପର୍ବ ‘ଦୀପାବଳି’। ଏଥି ପାଇଁ ଗାଁରୁ ସହର ଯାଏଁ ଉତ୍ସବମୁଖର ଦେଖାଯାଇଛି। ଘର, ମନ୍ଦିର, ଦୋକାନ ଓ ବଜାର ଆଲୋକରେ ସୁସଜ୍ଜିତ କରାଯାଇଛି। ଦୀପାବଳିର ଅନ୍ୟତମ ଆକର୍ଷଣ ବାଣ ବିକ୍ରି ଚାଲିଛି। ଏହାରି ମଧ୍ୟ ବାଣ ବିସ୍ଫୋରଣ ହୋଇ ରାଜ୍ୟର କିଛି ସ୍ଥାନରେ ଅଘଟଣ ଘଟିଛି।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଧୀନ ତଳଖେତା ରାସ୍ତାରେ ବାଣ ନେଇ ଯାଉଥିବା ଏକ ବାଇକ (ପଲସର୍)ରେ ନିଆଁ ଲାଗି ସଂପୂର୍ଣ୍ଣ ପୋଡ଼ିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବାଇକରେ ଥିବା ଦୁଇ ଜଣ ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିବା ଫଳରେ ରାସ୍ତା ପ୍ରାୟ ଦୁଇ ଘଣ୍ଟା ଜାମ ହୋଇଯାଇଥିଲା। ଏଥିପାଇଁ ପୁଲିସକୁ ନକେଦନ ହେବାକୁ ପଡ଼ିଥିଲା।
/sambad/media/media_files/2024/10/30/jatani.jpg)
ସୂଚନାଯୋଗ୍ୟ ଯେ, ଜଟଣୀରେ ବାଣ ବ୍ୟବସାୟ ଜୋରଦାର ଚାଲିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ବାଣ କିଣି ନେଉଛନ୍ତି। ଆସନ୍ତାକାଲି (ଗୁରୁବାର) ଦୀପାବଳି ପାଇଁ ଆଜି ଜଟଣୀରେ ଭିଡ଼ ପ୍ରବଳ ହୋଇଥିବା ଦେଖିବାକୁ ମିଳିଛି। ଯାହାର ପ୍ରଭାବରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଘାଟ ସବୁ ଜାମ ହୋଇଯାଇଥିଲା। ତେବେ ଏହାରି ମଧ୍ୟରେ ରାତି ପ୍ରାୟ ସାଢେ଼ ୭ଟା ବେଳେ ଜଟଣୀ କିଷ୍ଟ କଲେଜ ନିକଟରେ ଆଜି ବାଣ ନିଆଁରୁ ବାଇକଟି ଜଳିଯାଇଛି।
/sambad/media/media_files/2024/10/30/RI0JjNvvfwyHjoNoCvYe.jpeg)
ଓଡ଼ିଶାରେ ତାମିଲନାଡୁର ଶିବକାଶୀ କୁହାଯାଉଥିବା ଆସିକାରେ ଆଜି ବାଣଜନିତ ଏକ ଅଘଟଣ ଘଟିଛି। ନଳବଣ୍ଟା ଅଞ୍ଚଳରେ ଜଣେ ଯୁବକ ବାଣ ଭିଡୁଥିବା ବେଳେ ଅଘଟଣର ଶିକାର ହୋଇଛନ୍ତି। ଗୁରୁତର ଆହତ ଯୁବକ ହେଲେ ବାବୁଲା ନାହାକ (୩୫)। ବିସ୍ଫୋରଣ ପରେ ବାବୁଲାଙ୍କ ଡାହାଣ ହାତ ପାପୁଲି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କୁ ଆସିକା ଉପଖଣ୍ଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଏମ୍କେସିଜିକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ସୂଚନା ମିିଳବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/10/30/bc201d22-014e-4359-96d2-f7a991a2929e.jpeg)