ରାଉରକେଲା: କଳୁଙ୍ଗା ରେଳ ଷ୍ଟେସନରୁ ଜଣେ ଯୁବକଙ୍କ ବେକ କଟା ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକ ହେଉଛନ୍ତି ଶୁଭମ କୁମାର (୩୫)। ବିହାରର ମୂଳ ବାସିନ୍ଦା ଶୁଭମ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ କାର୍ଯ୍ୟରତ ଥିଲେ। ରେଳବାଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟା। ରେଳ ଷ୍ଟେସନରେ ଶୁଭମ ବେକ କଟା ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା।
ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସମ୍ଭବତଃ ଏକ ବ୍ଲେଡ୍ରେ ଶୁଭମଙ୍କ ବେକ କଟାଯାଇଛି। ତେବେ କିଏ ଓ କାହିଁକି ବେକ କାଟିଲା, ତାହା ଜଣାପଡ଼ିନି। ରେଳବାଇ ପୁଲିସ ତଦନ୍ତ ଜାରି ରଖିଛି।
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/07/E8SXK11TAvs3JEd1sLgv.jpg)