ପାରାଦୀପ: ଜଗତସିଂହପୁର ଜିଲ୍ଲାର ଭୂତମୁଣ୍ଡାଇ ପୋଲରୁ ଜଣେ ଯୁବକ ଆଜି ସକାଳେ ମହାନଦୀକୁ ଡେଇଁ ପଡ଼ିଥିବା ଜଣାଯାଇଛି। ଆଜି ସକାଳେ ଯୁବକ ଜଣଙ୍କ ହଠାତ୍ ପାରାଦୀପ ନିକଟସ୍ଥ ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଯୁବକ ଜଣଙ୍କ ଭାସୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁ ଛନ୍ତି।
ଯୁବକ ଜଣଙ୍କ ଘର କୁଜଙ୍ଗ ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ରହିଛି। ତାଙ୍କର ବୟସ ୨୪ ବର୍ଷ ବୋଲି ଜଣାଯାଇଛି। ପାରିବାରିକ କଳହରୁ ସେ ମହାନଦୀକୁ ଡେଇଁଥିବା କୁହାଯାଉଛି।
ଯୁବକ ଜଣଙ୍କ ଘର କୁଜଙ୍ଗ ଅଞ୍ଚଳରେ ଓ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ଡପ୍ଲୋମା କରିଥିବାର ସୂଚନା ରହିଛି। ତାଙ୍କର ବୟସ ୨୪ ବର୍ଷ ବୋଲି ଜଣାଯାଇଛି। ପାରିବାରିକ କଳହରୁ ସେ ମହାନଦୀକୁ ଡେଇଁଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/drown.jpg)