ଛେଣ୍ଡିପଦା: ହିଙ୍ଗୁଳା ମାଇନ୍ସରେ ଚାକିରି କରେଇ ଦେବା ନାଁରେ ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରି ମାଗିବାରୁ ସମ୍ପୃକ୍ତ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା ପରେ  ଘଟଣାର ପର୍ଦାଫାସ ହୋଇଛି।

Advertisment

୫ ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେର(୨୧)ଙ୍କୁ ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଚାକିରି କରେଇବା ନାଁରେ ବ୍ରଜରାଜନଗରର ଅଜିତ ବଢ଼େଇ(୨୮) ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରି ନାଁରେ ଦିନ ଗଡେଇ ଚାଲିଥିବା ବେଳେ ଲୋକନାଥ ଚାକିରୀ ନହେଲେ ଟଙ୍କା ଫେରେଇବା ପାଇଁ କହିଥିଲେ। ବାଧ୍ୟହୋଇ ଅଜିତ ଗତ ୪ ତାରିଖ ଦିନ ଲୋକନାଥଙ୍କୁ ନେଇ ଅନୁଗୁଳ ପହଞ୍ଚିଥିଲେ। ସେଠାରୁ ରାଇଝରଣ ଆସି ସେଠାରୁ ଅଜିତ ବାଇକରେ ଲୋକନାଥଙ୍କୁ ବସେଇ ହିଙ୍ଗୁଳା ଖଣି ଯିବା କହି କଙ୍କରେଇ ନାଳ ନିକଟରେ ଶୌଚ ପାଇଁ ଅଟକିଥିଲେ। ଲୋକନାଥକୁ ରାସ୍ତାରୁ ହଟେଇବା ଯୋଜନାରେ ନାଳ ଭିତରେ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଅଜିତ ଫେରାର ହୋଇଥିଲେ। ଲୋକନାଥଙ୍କ ପରିବାର ଲୋକେ ଯୋଗାଯୋଗ ହୋଇନପାରିବାରୁ ସମ୍ବଲପୁର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ସମ୍ବଲପୁର ପୁଲିସ ଅଜିତଙ୍କୁ ଅଟକ ରଖି ପଚରାଉଚରା ପରେ ନିଶା ଶିଳ୍ପାଞ୍ଚଳ ପୁଲିସ ସହାୟତାରେ କଙ୍କରେଇ ନାଳ ନିକଟ ଜଙ୍ଗଲରୁ ଲୋକନାଥଙ୍କ ମୃତଦେହ ଉଦ୍ଧାର କରିଥିଲା। ଘଟଣାରେ ନିଶା ଶିଳ୍ପାଞ୍ଚଳ ପୁଲିସ ଅଜିତକୁ ଅଟକ ରଖି ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ୫ ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେର(୨୧)ଙ୍କୁ ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଚାକିରି କରେଇବା ନାଁରେ ବ୍ରଜରାଜନଗରର ଅଜିତ ବଢ଼େଇ(୨୮) ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରି ନାଁରେ ଦିନ ଗଡେଇ ଚାଲିଥିବା ବେଳେ ଲୋକନାଥ ଚାକିରୀ ନହେଲେ ଟଙ୍କା ଫେରେଇବା ପାଇଁ କହିଥିଲେ। ବାଧ୍ୟହୋଇ ଅଜିତ ଗତ ୪ ତାରିଖ ଦିନ ଲୋକନାଥଙ୍କୁ ନେଇ ଅନୁଗୁଳ ପହଞ୍ଚିଥିଲେ। ସେଠାରୁ ରାଇଝରଣ ଆସି ସେଠାରୁ ଅଜିତ ବାଇକରେ ଲୋକନାଥଙ୍କୁ ବସେଇ ହିଙ୍ଗୁଳା ଖଣି ଯିବା କହି କଙ୍କରେଇ ନାଳ ନିକଟରେ ଶୌଚ ପାଇଁ ଅଟକିଥିଲେ। ଲୋକନାଥକୁ ରାସ୍ତାରୁ ହଟେଇବା ଯୋଜନାରେ ନାଳ ଭିତରେ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଅଜିତ ଫେରାର ହୋଇଥିଲେ।

ଲୋକନାଥଙ୍କ ପରିବାର ଲୋକେ ଯୋଗାଯୋଗ ହୋଇନପାରିବାରୁ ସମ୍ବଲପୁର ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। ଅଭିଯୋଗରେ ସମ୍ବଲପୁର ପୁଲିସ ଅଜିତଙ୍କୁ ଅଟକ ରଖି ପଚରାଉଚରା ପରେ ନିଶା ଶିଳ୍ପାଞ୍ଚଳ ପୁଲିସ ସହାୟତାରେ କଙ୍କରେଇ ନାଳ ନିକଟ ଜଙ୍ଗଲରୁ ଲୋକନାଥଙ୍କ ମୃତଦେହ ଉଦ୍ଧାର କରିଥିଲା। ଘଟଣାରେ ନିଶା ଶିଳ୍ପାଞ୍ଚଳ ପୁଲିସ ଅଜିତକୁ ଅଟକ ରଖି ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳେଇଛି।