ପାଲଲହଡ଼ା: ଅନୁଗୁଳଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ଗତ ରାତିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୂର୍ବର ଶତ୍ରୁତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ନକୁଳ ପ୍ରଧାନ।
ପାଲଲହଡ଼ା ଥାନା ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ଗତ ରାତିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୂର୍ବର ଶତ୍ରୁତାକୁ କେନ୍ଦ୍ର କରି ଠେଙ୍ଗାରେ ପିଟିପିଟି ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ନକୁଳ ପ୍ରଧାନ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି। ହତ୍ୟା କରିଥିବା ଦୁଇ ଅଭିଯୁକ୍ତ ଯୁବକ ଫେରାର ହୋଇଛନ୍ତି।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି। ହତ୍ୟା କରିଥିବା ଦୁଇ ଅଭିଯୁକ୍ତ ଯୁବକ ଫେରାର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ରଜ ପର୍ବରେ ଗାଁରେ ଦୋଳି ନିର୍ମାଣକୁ କେନ୍ଦ୍ର କରି ଗାଁର ନକୁଳ ପ୍ରଧାନ ଏବଂ ଦୁଇ ଜଣ ଯୁବକ ଜିତୁ ପ୍ରଧାନ ଏବଂ କାହ୍ନା ପ୍ରଧାନଙ୍କ ଭିତରେ ଝଗଡ଼ା ହେଇଥିଲା । ଦୋଳି ନିର୍ମାଣ ପାଇଁ କାମ ଚାଲିଥିବା ବେଳେ ଝଗଡ଼ା ଚରମ ସୀମାରେ ପହଂଚି ଥିଲା। କିଛି ଲୋକଙ୍କ ଉଦ୍ୟମରେ ଉଭୟଙ୍କ ଭିତରେ ମିଳାମିଶା କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଉଭୟ ଏହାକୁ ଗ୍ରହଣ କରିନଥିଲେ | ଜିତୁ ପ୍ରଧାନ ଆଉ କାହ୍ନ| ପ୍ରଧାନ ନକୁଳ ଉପରେ ପ୍ରତିଶୋଧପରାୟଣ ହେଇ ଗତ ରାତିରେ ନକୁଳକୁ ତା ଘର ଭିତରେ ଠେଙ୍ଗାରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତଦେହକୁ ନକୁଳ ଘର ସମୁଖରେ ଥିବା ଆମ୍ବ ଗଛ ଉପରେ ପକେଇ ଦେଇ ଫେରାର ହେଇଯାଇଥିଲେ |
ଖବର ପାଇ ଆଜି ସକାଳେ ପାଲଲହଡା ପୁଲିସ ଭୀମକାଣ୍ଡ ଗାଁରେ ପହଂଚି ନକୁଳର ଶବକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।ଜଙ୍ଗଲ ଭିତରେ ଆତ୍ମଗୋପନ କରିଥିବା ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ପୁଲିସର ଉଦ୍ୟମ ଜାରି ରହିଛି | ଗାଁରେ ଶୋକ ଛାୟା ଖେଳି ଯାଇଛି। ଉଭୟ ଯୁବକଙ୍କୁ ଗିରଫ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି | ଏ ଘଟଣା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/23/QkM7yigOVPjES7pcUL6H.webp)