ଭୁବନେଶ୍ବର: ରାଜଧାନୀର ଏକ ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ସୁମନ୍ତ ପଣ୍ଡା (୩୬)। ତାଙ୍କ ଶରୀରରେ ମାଡ଼ ଦାଗ ରହିଥିବାରୁ ପିଟିପିଟି ମାରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସେ ଅନେକ ସମୟରେ ଏଭଳି ନିଶା ନିବାରଣ ଲାଗି କେନ୍ଦ୍ରକୁ ଆସୁଥିଲେ ବୋଲି ଜଣାଯାଇଛି। ହେଲେ ଆଜି ସକାଳେ ଏହି ଅଭାବନୀୟ ଘଟଣା ନେଇ ପରିବାର ଲୋକେ ଖବର ପାଇ ନିଶା ନିବାରଣ କେନ୍ଦ୍ରରେ ପହଞ୍ଚିଥିଲେ। 

Advertisment

ରାଜଧାନୀର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଶା ଛଡ଼ାଇବାକୁ ପରିବାର ଲୋକେ ମୃତକଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ରାଜଧାନୀର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ନିଶା ନିବାରଣ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଶା ଛଡ଼ାଇବାକୁ ପରିବାର ଲୋକେ ମୃତକଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।