ଓଡ଼ାପଡ଼ା: ଢେଙ୍କାନାଳଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ବେଡାପଡ଼ା ଗ୍ରାମର ଚଣିଆ ନାଏକ (୪୫)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ଆଜି ସଂଧ୍ୟା ପ୍ରାୟ ୬ଟା ୩୦ରେ ନିକଟସ୍ଥ ପଡ଼ିଆକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ଚରଣଙ୍କୁ ହାତୀ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହିତ ଚରଣଙ୍କ ମୃତଦେହକୁ ପୋଷ୍ଟମର୍ଟମ ନିମନ୍ତେ ହିନ୍ଦୋଳ ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡିଛି।
Dhenkanal