ଭଣ୍ଡାରିପୋଖରୀ: ଭଦ୍ରକଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଲକ୍ଷ୍ମୀବଜାର ଠାରେ ସାପ କାମୁଡ଼ାରେ ଜଣେ ସାଇକେଲ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁନନ୍ଦ ବାରିକ (୪୦)। ସେ ଆଜି ଅପରାହ୍‌ଣରେ ଭୋଜନ ଖାଇ ସାରି ବିଶ୍ରାମ ନେଇଥିବା ବେଳେ ନାଗସାପ ଚୋଟ ମାରିଥିଲା। 

Advertisment

କେନ୍ଦୁଝର ଜିଲ୍ଲାର ଶାଳଣିଆ ନିକଟ ଚଷାଖଣ୍ଡ ଗ୍ରାମର ସୁନନ୍ଦ ବାରିକ ଲକ୍ଷ୍ମୀବଜାର ଠାରେ ଥିବା ଏକ ସାଇକେଲ ଦୋକାନରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଆଜି ଅପରାହ୍ନରେ ଖାଇ ସାରିବା ପରେ ଦୋକାନ ପଛପଟ ଏକ ଘରେ ବିଶ୍ରାମ ନେଉଥିଲେ। ହଠାତ ତାଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା। 

ସୁନନ୍ଦଙ୍କୁ ସଂଗେସଂଗେ ତାଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଯାଜପୁର ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିସ୍ତ୍ରୀଙ୍କ ବିୟୋଗରେ ସ୍ଥାନୀୟ ବ୍ୟବସାୟୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସନ୍ଧ୍ୟାରେ ସାପ ଧରାଳି ସେକ ମିର୍ଜା ପହଞ୍ଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡ଼ିଛି।

Bhadrak