ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ-ନଡପୁର ଜଙ୍ଗଲିଆ ରାସ୍ତାର ବଡାମଠାକୁରାଣୀ ନିକଟରେ
ମଙ୍ଗଳବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତିl ମୃତକ ଜଣକ ହେଉଛନ୍ତି ବଡ଼ସାହି ଥାନା ଅଧୀନ ଦୁର୍ଗାପୁର ପଞ୍ଚାୟତ ଦଲକି ଗ୍ରାମର ଜଳଧର ପାତ୍ରଙ୍କ ପୁଅ ନରେନ୍ଦ୍ର ପାତ୍ର (୨୫) l
ପ୍ରାପ୍ତ ସୂଚନା ଅନୁଯାଇ ନରେନ୍ଦ୍ର ନିଜର ସାଙ୍ଗ ବାର୍ଷା ମାଝୀ ସହିତ ବାଇକଯୋଗେ ଉଡ଼ାପର୍ବ ଦେଖିବାକୁ ଘରୁ ବାହାରି ଆସିଥିବା ବେଳେ ଫେରିବା ସମୟରେ ବିଳମ୍ବିତ ରାତିରେ ବଡାମ ଠାକୁରାଣୀ ନିକଟରେ ଜଙ୍ଗଲିଆ ରାସ୍ତାରେ ଦ୍ରୁତଗତିରେ ଯାଉଥିବାବେଳେ ବାଇକ ଉପରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଜଙ୍ଗଲ ଭିତରକୁ ପଶିଯାଇଥିଲା ଏବଂ ଏକ ବଡ଼ ଗଛରେ ପିଟି ହୋଇଯାଇଥିଲା l
ଉଭୟ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ନରେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେl ଏଥି ସହିତ ଗୁରୁତର ବାର୍ଷାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଶଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛିl ଏନେଇ ବୈଶିଙ୍ଗା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ପୂର୍ବକ ଶଵ ବ୍ୟବଚ୍ଛେଦ କରାଇବା ସହିତ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛିl
Accident | Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/04/16/1wMQ15CpzJAxS4x3NCFp.jpg)