ଭଦ୍ରକ: ଭଦ୍ରକ-ଆନନ୍ଦପୁର ରାସ୍ତାର ରାନ୍ଦିଆ ତାରିଣୀ ମନ୍ଦିର ଛକ ନିକଟରେ ଏକ ହାଇୱା ଧକ୍କାରେ ଅମୂଲ୍ୟ ମୁଦୁଲି(୪୨) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଶବକୁ ଭଦ୍ରକ ମେଡିକାଲକୁ ଆଣି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁଣ୍ଡଳା ଗ୍ରାମ ଅମୂଲ୍ୟ ମୁଦୁଲି ଢେଙ୍କାନାଳର ଏକ ଘରୋଇ କଂପାନିରେ ଚାକିରି କରୁଥିଲେ। ଆଜି ସେ ଛୁଟିରେ ଘରକୁ ଆସିଥିଲେ। ଭଦ୍ରକର ବନ୍ତ ଛକରୁ ଓହ୍ଲାଇବା ପରେ ତାଙ୍କ ଝିଆରୀର ସ୍କୁଟିରେ ଘରକୁ ଫେରୁଥିଲେ। ରାନ୍ଦିଆଛକ ନିକଟରେ ଏକ ହାଇୱା ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ଅମୂଲ୍ୟର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ଅମୂଲ୍ୟ ମୁଦୁଲି ଢେଙ୍କାନାଳର ଏକ ଘରୋଇ କଂପାନିରେ ଚାକିରି କରୁଥିଲେ। ସେ ଭଦ୍ରକର ବନ୍ତ ଛକରୁ ଓହ୍ଲାଇବା ପରେ ତାଙ୍କ ଝିଆରୀର ସ୍କୁଟିରେ ଘରକୁ ଫେରୁଥିଲେ। ରାନ୍ଦିଆଛକ ନିକଟରେ ଏକ ହାଇୱା ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ଅମୂଲ୍ୟର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
/sambad/media/media_files/2025/06/05/img20250605193954-796989.jpg)
ଏଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିବା ସହ ବାରଂବାର ଏଠାରେ ଦୁର୍ଘଟଣା ଘଟୁଥିବାରୁ ଲୋକମାନେ କିଛି ସମୟ ପାଇଁ ରାସ୍ତାରୋକ କରିବା ସହ ଏଠାରେ ହମ୍ପସ୍ ନିର୍ମାଣ କରିବା ପାଇଁ ଦାବି କରିଥିବା ବେଳେ ଫେକର ବେଦାନ୍ତର ଟ୍ରକ୍ ଚଳାଚଳ ପାଇଁ ଏଭଳି ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ କରିଥିଲେ।
ଏହା ଏକ ଜନଗହଳିପୂର୍ଣ୍ଣ ରାସ୍ତା ହୋଇଥିବାରୁ ଏଇ ରାସ୍ତାରେ ଦିନ ବେଳା ବେଦାନ୍ତ କମ୍ପାନିକୁ ଟ୍ରକ୍ ଚଳଚଳ ନକରିବାକୁ ରାନ୍ଦିଆ ଗ୍ରାମାବାସୀମାନେ ଦାବି କରିଥିଲେ। ରାତି ୧୦ ଟା ପରେ କମ୍ପାନି ଭିତରୁ ଟ୍ରକ୍ ଚଳାଚଳ କରୁବୋଲି ସେମାନେ ଦାବି କରିଥିଲେ। ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଉପରେ ଏଭଳି ଦାବି ଉଠାଇ ରାସ୍ତା ରୋକ କରିଥିଲେ। ପୁଲିସ ସେମାନଙ୍କୁ ବୁଝା ସୁଝା କରିବା ପରେ ଲୋକମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ଏଇ ଘଟଣାକୁ ନେଇ କୁଣ୍ଡଳା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/06/05/truck-accident-140670.jpg)