ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ମହୁଲଡିହା ନିକଟରେ ଏକ ଅଟୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତ ହେଲେ ମିଲନ ମହାନ୍ତି (୨୪)।
ସୂଚନା ଅନୁଯାୟୀ ଟାଉନ୍ ଥାନା ଅନ୍ତର୍ଗତ ପୌରପରିଷଦର ୱାର୍ଡ଼ ନଂ ୯ ଅଁଳାଡୁବାର ମିଲନ ମହାନ୍ତି ବଜାରକୁ ଫେରୁଥିବା ସମୟରେ ଅଟୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆଇଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକକୁ ଷ୍ଠାନାନ୍ତରିତ କରାଯାଇଥିଲା। ପରେ କଟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଯିବା ସମୟରେ ବାଲେଶ୍ଵର ଜିଲ୍ଲା ସୋର ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆଜି ତାଙ୍କ ମର ଶରୀର ରାଇରଙ୍ଗପୁର ପହଁଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ରାଇରଙ୍ଗପୁରସ୍ଥ ସ୍ବର୍ଗଦ୍ଵାରରେ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଥିଲା।
Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/05/26/UlGgPuO8W6zZLtF3RMYz.jpg)