ଝରିଗାଁ: ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ପିଟି ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ଖଗପତି ଗୌଡ଼ (୩୦)।
ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ସାନ ରାମସା ଗ୍ରାମର ଜମେ ପୂଜାରୀଙ୍କ ବଡ଼ପୁଅ ଖଗପତି ଗୌଡ଼ ବାଇକ ଯୋଗେ କୌଣସି ଏକ କାମରେ ଚକଳାପଦର ପଂଚାୟତକୁ ଯାଇଥିଲେ। କାମ ସାରି ଘରକୁ ଫେରିବା ବେଳେ ରାତ୍ର ୮ ଘଣ୍ଟା ସମୟରେ ବାସୁଦେବଗୁଡା ଗ୍ରାମ ନିକଟସ୍ଥ ଆମ୍ବ ବଗିଚା ନିକଟରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଆମ୍ବ ଗଛରେ ପିଟି ହୋଇଥିଲା।ଫଳରେ ଜମି ଉପରେ ଚିକିଟି ହୋଇ ହୋଇ ପଡ଼ିଥିଲେ। ଖଗପତିଙ୍କ ମୁହଁ ଏବଂ ମୁଣ୍ଡରେ ଗଭୀର ଆଘାତ ହେବା ସହ ଅଚେତ ହୋଇ ପଡ଼ିଥିଲେ।
ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଖଗପତିଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ବୋଲେରୋ ଯୋଗେ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ପକ୍ଷରୁ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଝରିଗାଁ ପୁଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମର ଶରୀର ଆଜି ଦ୍ଵପ୍ରହରରେ ନିଜ ଗ୍ରାମକୁ ପହଁଚିବା ପରେ ଶବ ସତ୍କାର ହୋଇଥିଲା।ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।
Nabarangpur | Accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/Fs6NIpDhuESm4z8zb9Jp.jpg)