ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଗୁହାଳଡ଼ାଙ୍ଗିରିରେ ବାଇକ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଘଟିଛି। ମୃତ ଯୁବକ ହେଲେ ଦିଲ୍ଲୀପ ମହାକୁଡ (୪୩)।
ସୂଚନା ଅନୁଯାୟୀ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତୋଟାନେତୁରା ଗ୍ରାମର ସର୍ଗତଃ ଦିବାକର ମହାକୁଡଙ୍କ ପୁଅ ଦିଲ୍ଲୀପ ମହାକୁଡ ଗତ ରାତିରେ ରୁଆଁସି ଗ୍ରାମକୁ ଝୁମର ମେଲୋଡି ଦେଖିବାକୁ ଯାଇଥିଲେ। ସେହି ସମୟରେ ସାଙ୍ଗମାନଙ୍କ ସହିତ ବାଇକ୍ (ଓଡ଼ି୧୧ଏଡି-୦୭୫୦)ରେ ବୁଲୁଥିବା ସମୟରେ ଗୁହାଳଡ଼ାଙ୍ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଭାରସାମ୍ୟ ହରାଇ ଖସି ପଡ଼ିଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଏକ ଘରୋଇ ଗାଡ଼ିରେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୧୦ଟା ସମୟରେ ଯୁବକଙ୍କ ମୃତ୍ୟୁ ଘଟିଛି। ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରେ ପୁଲିସ ମେଡ଼ିକାଲକୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୧୦ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରେ ପୁଲିସ ମେଡ଼ିକାଲକୁ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଗୋରୁମହିଷାଣୀ ଥାନାରେ କେଶ୍ ନଂ ୨୩/୨୪ରେ ଏକ ମାମଲା ରୁଜୁ ହୋଇଛି। ସେ ପରିବାରର ଏକମାତ୍ର ରୋଜୋଗାରିଆ ପୁଅ ଥିଲେ ଏବଂ ଚିକିତ୍ସା ଅଭାବରୁ ତାଙ୍କର ମୃତ୍ୟୁ ଘଟିଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି। ଦିଲ୍ଲୀପଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ବୃଦ୍ଧା ମାଆ ଭାଙ୍ଗି ପଡିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2023/06/dead-fff.jpg)