ଭବାନୀପାଟଣା: କଳାହାଣ୍ଡିଜିଲ୍ଲା ଭବାନୀପାଟଣା ସହରସ୍ଥିତ ପୌର କାର୍ଯ୍ୟାଳୟ ନିକଟ ଚା’ ଦୋକାନରେ ଗୁରୁବାର ରାତିରେ ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ଅଟକ ରଖି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରିଛି।
ପ୍ରକାଶଥାଉ କି, ଉକ୍ତ ଚା’ ଦୋକାନକୁ ଗୁରୁବାର ରାତି ପ୍ରାୟ ୨ଟା ବେଳେ ଭବାନୀପାଟଣା ସହର ବିବିସିପଡ଼ାର ସତ୍ୟ ନାରାୟଣ ରାଏ (୨୪) ଓ ତାଙ୍କ କିଛି ସାଙ୍ଗ ଚା’ ପିଇବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଦେୱାନସାହେବ ପଡ଼ାର ଶିବାନନ୍ଦ ଗୌଡ଼ (୨୮) ଓ ରୋଶନଲାଲ ବାଗ (୨୪) ଏବଂ ଜଣେ ନାବାଳକ ସହ କୌଣସି କଥାକୁ ନେଇ ସେମାନଙ୍କ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅଭିଯୁକ୍ତମାନେ ସତ୍ୟ ନାରାୟଣଙ୍କୁ ଛୁରାରେ ଆକ୍ରମଣ କରିଥିଲେ। ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁକ୍ରବାର ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଗୁରୁବାର ରାତି ପ୍ରାୟ ୨ଟା ବେଳେ ଭବାନୀପାଟଣା ସହର ବିବିସିପଡ଼ାର ସତ୍ୟ ନାରାୟଣ ରାଏ (୨୪) ଓ ତାଙ୍କ କିଛି ସାଙ୍ଗ ଚା’ ପିଇବାକୁ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଦେୱାନସାହେବ ପଡ଼ାର ଶିବାନନ୍ଦ ଗୌଡ଼ (୨୮) ଓ ରୋଶନଲାଲ ବାଗ (୨୪) ଏବଂ ଜଣେ ନାବାଳକ ସହ କୌଣସି କଥାକୁ ନେଇ ସେମାନଙ୍କ ବଚସା ହୋଇଥିଲା।
ମୃତକଙ୍କ ଭାଇ ଶିବମ ଆଜି ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରିଛି। ଏସ୍ଆଇ ବଂଶୀଧର ସାମଲ ଏହାର ତଦନ୍ତ କରି ଶିବାନନ୍ଦ ଓ ରୋଶନକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଜଣେ ନାବାଳକକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିଛନ୍ତି। ଭବାନୀପାଟଣା ସହରରେ ପୂର୍ବରୁ ରାତି ୧୦ ଟାରେ ଦୋକାନ ବନ୍ଦ କରାଯାଉଥିଲା। ବର୍ତ୍ତମାନ ରାତିସାରା ଖୋଲା ରହୁଥିବାରୁ ଏଭଳି ଅପରାଧ ହେଉଥିବା କୁହାଯାଉଛି। ତେଣୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।
Kalahandi
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/08/08/murder-2025-08-08-22-30-01.jpg)
