ଦେବଗଡ଼: ସଂଘବଦ୍ଧ ଭାବେ ଆଜି ଜଣେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନାଚଂଳର କେନ୍ଦଇଜୁରୀ ଗ୍ରାମରେ। ମୃତ ଯୁବକ ‌ହେଲେ ‌କାଉଁଶିଢିପା ଗ୍ରାମର କିଶୋର ଚମାର(୩୫)। ଅନ୍ୟପଟେ ତାଙ୍କର ସ‌ହଯୋଗୀ ଗ‌ୌତମ ନାଏକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, କିଶୋର ଏବଂ ଗୌତମ ଆଜି ନିକଟସ୍ଥ ଜଙ୍ଗଲରେ ଗୋମାଂସ ଚାଲାଣ କରୁଥିଲେ। କେନ୍ଦେଇଜୁରୀ ଗ୍ରାମର କିଛି ବ୍ୟକ୍ତି ସୂଚନା ପାଇ ଚଢଉ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋମାଂସ ଓ ଗାଈର କଟା ମୁଣ୍ଡ ବାହାରିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ କିଶୋର ଏବଂ ଗୌତମଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ କିଶୋରଙ୍କ ମୃତ୍ୟୁ ଘଟିଥିବାବେଳେ ଗୌତମ ଗୁରୁତର ଆହତ ହୋଇଥିବାବେଳେ ସେ ଘଟଣାସ୍ଥଳରୁ କୌଶଳକ୍ରମ‌େ ଫେରାର ହୋଇଯାଇଥିବା ଜଣାପଡିଛି। 

କିଶୋର ଏବଂ ଗୌତମ ଆଜି ନିକଟସ୍ଥ ଜଙ୍ଗଲରେ ଗୋମାଂସ ଚାଲାଣ କରୁଥିଲେ। କେନ୍ଦେଇଜୁରୀ ଗ୍ରାମର କିଛି ବ୍ୟକ୍ତି ସୂଚନା ପାଇ ଚଢଉ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋମାଂସ ଓ ଗାଈର କଟା ମୁଣ୍ଡ ବାହାରିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ କିଶୋର ଏବଂ ଗୌତମଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଥିଲା।

ସୂଚନା ପାଇ ସଂଧ୍ୟାରେ ରିଆମାଳ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଘଟଣାସ୍ଥଳରେ ସାଇଣ୍ଟିଫିକ ତଦନ୍ତ କରିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

 Deogarh

ରିପୋର୍ଟ: ଶକ୍ତି ସୌରଭ ନନ୍ଦ