ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳଗାଁ ପଞ୍ଚାୟତ ତଥା ସେହି ଗ୍ରାମର ଜନୈକ ବ୍ୟକ୍ତିଙ୍କର ବଜ୍ରାଘାତରେ ଶନିବାର ଅପରାହ୍ମ ୫ଘଟିକା ସମୟରେ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ମୃତ ଯୁବକ ହେଲେ ପୁତ୍ର ପୂର୍ଣ୍ଣଚନ୍ଦ୍ର ଓରଫ ଟିକି ଭାଇ (୪୬)।
ସୂଚନା ମୁତାବକ ଆଜି ଅପରାହ୍ଣରେ ଶାଳଗାଁ ଗ୍ରାମର ସ୍ବର୍ଗତ ନିତ୍ୟାନନ୍ଦ ସାହୁଙ୍କ ଏକମାତ୍ର ପୁତ୍ର ପୂର୍ଣ୍ଣଚନ୍ଦ୍ର ଘର ବାହାରେ ବୁଲାବୁଲି କରୁଥିଲେ। ଏହି ସମୟରେ ଘଡ଼ଘଡ଼ି ସହ ବର୍ଷାର ଆଗମନକୁ ଦେଖି ସେ ତୁରନ୍ତ ଘରକୁ ଫେରୁଥିଲେ। ଠିକ୍ ଘର ଆଗରେ ପରିବାର ସମ୍ମୁଖରେ ବଜ୍ରାଘାତ ହେବା ଯୋଗୁଁ ସେ ତଳେ ପଡିଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଡ଼ଘଡ଼ି ସହ ବର୍ଷାର ଆଗମନକୁ ଦେଖି ପୂର୍ଣ୍ଣଚନ୍ଦ୍ର ତୁରନ୍ତ ଘରକୁ ଫେରୁଥିଲେ। ଠିକ୍ ଘର ଆଗରେ ପରିବାର ସମ୍ମୁଖରେ ବଜ୍ରାଘାତ ହେବା ଯୋଗୁଁ ସେ ତଳେ ପଡିଯାଇଥିଲେ।
ତେବେ ଏ ନେଇ ବୈଶିଙ୍ଗା ପୁଲିସକୁ ମଧ୍ୟ ଖବର ଦିଆଯାଇଥିଲା। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ମୃତକ ପୂର୍ଣ୍ଣଚନ୍ଦ୍ରଙ୍କ ପତ୍ନୀ ପଙ୍କଜିନୀ ଏକମାତ୍ର ପୁତ୍ର ଅଭିଜ୍ଞାନ (ନବମ ଶ୍ରେଣୀ ଛାତ୍ର)କୁ କେମିତି ବଢ଼ାଇବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଅତି ଗରିବ ପରିବାର ହୋଇଥିବାରୁ ପୂର୍ଣ୍ଣଚନ୍ଦ୍ର ଏକମାତ୍ର ବ୍ୟକ୍ତି କେବଳ ଘରୋଇ ଟିଉସନ କରି ପରିବାର ପୋଷଣ କରୁଥିଲେ। ନିଜର ଭୂସମ୍ପତ୍ତି ନ ଥିବାରୁ ମାମୁଁ ଘରଡ଼ିହରେ ଘର କରି ରହିଥିଲେ। ଏବେ ବିଧବା ମା ଏବଂ ନାବାଳକ ପୁତ୍ର ବେସାହାରା ପାଲଟି ଯାଇଛନ୍ତି। ନିଜ ଗ୍ରାମ ତଥା ଆଖପାଖ ଅଞ୍ଚଳରେ ଏହି ମୃତ୍ୟୁ ଖବର ପାଇ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/post_attachments/wp-content/uploads/2021/05/SJM-L-LIGHTNING-0817-11.jpg)