ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ବଡନାଗଝରି ଗ୍ରାମରେ ବଡ଼ ବାପା ପୁଅ ସାନ ବାପା ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି I 

Advertisment

 ଅଭିଯୁକ୍ତ ଥାନାରେ ଅଟକ

ସୂଚନାରୁ ଜଣାପଡ଼ିଛି, ଆଜି ଦିନ ୧୦ଟା ବେଳେ ବଡନୁନା କଚିମ୍ ନିଜ କାନ୍ଦୁଲ ଚାଷ ଦେଖିବାକୁ ଯାଉଥିବା ବେଳେ ଉକ୍ତ ଗ୍ରାମର ବିଶ୍ବମ୍ବର କଚିମ ଏକ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲେ । ଅମ୍ବାଦଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିବା ବିଶ୍ବମ୍ବରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି I ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣା ଯାଇଛି I

Murder Puri Accused Detained ସ୍ବର୍ଗଦ୍ବାର ବାହାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା: ଜଣେ ଗୁରୁତର, ଅଭିଯୁକ୍ତ ଅଟକ