ସୋର: ବିଲାତି ବୋଝେଇ ଗାଡ଼ିକୁ ପଛରୁ ଧକ୍କା ଦେଲା ବାଇକ୍ । ଘଟଣାସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ । ଗତକାଲି ବିଳମ୍ବିତ ରାତିରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।
ଯୁବକ ଜଣକ ହେଉଛନ୍ତି ସୋର ପୌରାଞ୍ଚଳ ପାରମହଲା ଗାଁର ମହମ୍ମଦ ଜାହିଦ କାଦ୍ରୀ (୨୮) । କେତେଜଣ ସାଙ୍ଗଙ୍କ ସହ କଲେଜ ଛକ ନିକଟରେ ଥିଲେ । ଏହି ସମୟରେ ଏକ ବୋଲେରୋରେ ଗୋରୁ ଚାଲାଣ ହେଉଥିବାର ଖବର ପାଇ ପୁଲିସ ପେଟ୍ରୋଲିଂ କରୁଥିଲା । ପୁଲିସ ଭ୍ୟାନକୁ ଦେଖି ଯୁବକମାନେ ଛାତ୍ରଭଙ୍ଗ ଦେଇଥିଲେ । ଠିକ୍ ସେତିକିବେଳେ ଜାହିଦ ଓଡ଼ି ୦୧ ଏଏମ ୬୩୩୯ ନମ୍ବର ବିଶିଷ୍ଟ ପଲସର ବାଇକରେ କ୍ଷିପ୍ର ବେଗରେ ଗାଡ଼ି ଚଳାଇ ଆସୁଥିବା ବେଳେ ଗଳାପୋଲଠାରେ ଏକ ବିଲାତି ବୋଝେଇ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ଗୋରୁ ବୋଝେଇ ବୋଲେରୋକୁ ପୁଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା । ଉଦ୍ଧାର ଦୁଇଟି ଗୋରୁଙ୍କୁ ମଇତାପୁର ଗୋଶାଳାରେ ଛାଡ଼ିବା ସହିତ ଜବତ ବୋଲେରୁକୁ ଥାନାରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଖବର ପାଇ ଯୁବକଙ୍କ ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ସୋର ଡାକ୍ତରଖାନାକୁ ନେବା ସହିତ ବିଲାତି ବୋଝେଇ ଗାଡ଼ି ଓ ବାଇକକୁ ଥାନାରେ ଜବତ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଯୁବକ ଜଣକ ହେଉଛନ୍ତି ସୋର ପୌରାଞ୍ଚଳ ପାରମହଲା ଗାଁର ମହମ୍ମଦ ଜାହିଦ କାଦ୍ରୀ (୨୮) । କେତେଜଣ ସାଙ୍ଗଙ୍କ ସହ କଲେଜ ଛକ ନିକଟରେ ଥିଲେ। ଏହି ସମୟରେ ଏକ ବୋଲେରୋରେ ଗୋରୁ ଚାଲାଣ ହେଉଥିବାର ଖବର ପାଇ ପୁଲିସ ପେଟ୍ରୋଲିଂ କରୁଥିଲା । ପୁଲିସ ଭ୍ୟାନକୁ ଦେଖି ଯୁବକମାନେ ଛାତ୍ରଭଙ୍ଗ ଦେଇଥିଲେ । ଠିକ୍ ସେତିକିବେଳେ ଜାହିଦ ଓଡ଼ି ୦୧ ଏଏମ ୬୩୩୯ ନମ୍ବର ବିଶିଷ୍ଟ ପଲସର ବାଇକରେ କ୍ଷିପ୍ର ବେଗରେ ଗାଡ଼ି ଚଳାଇ ଆସୁଥିବା ବେଳେ ଗଳାପୋଲଠାରେ ଏକ ବିଲାତି ବୋଝେଇ ଗାଡ଼ିକୁ ପଛରୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଏହି ସମୟରେ ଗୋରୁ ବୋଝେଇ ବୋଲେରୋକୁ ପୁଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା । ଉଦ୍ଧାର ଦୁଇଟି ଗୋରୁଙ୍କୁ ମଇତାପୁର ଗୋଶାଳାରେ ଛାଡ଼ିବା ସହିତ ଜବତ ବୋଲେରୁକୁ ଥାନାରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଖବର ପାଇ ଯୁବକଙ୍କ ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ସୋର ଡାକ୍ତରଖାନାକୁ ନେବା ସହିତ ବିଲାତି ବୋଝେଇ ଗାଡ଼ି ଓ ବାଇକକୁ ଥାନାରେ ଜବତ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ଯୁବକଙ୍କ ମୃତ୍ୟୁ ଗାଡ଼ି ଦୁର୍ଘଟଣାରେ ହୋଇଛି କିମ୍ବା ପୁଲିସ ଗୋଡେଇବାରୁ ହୋଇଛି ତାହା ସିସିଟିଭି ଫୁଟେଜ ମାଧ୍ୟମରେ ତଦନ୍ତ କଲେ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ।