ନୀଳଗିରି: ଚଳିତ ମାସ ୧୨ ତାରିଖ ଦିନ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ମାମଲା, କଟକଜିଲ୍ଲା ଆଠଗଡ଼ କଲେଜରେ ଜଣେ ଅଧ୍ୟାପିକାଙ୍କ ଜୀବନ ହାରିବା ପାଇଁ ଧମକ ଘଟଣା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଧମକ ନେଇ ବାରମ୍ବାର ଶୁଣିବାକୁ ମିଳୁଛି। ଏହାରି ମଧ୍ୟରେ ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜରେ ବ୍ୟକ୍ତି ଜୀବନ ହାରିବା ପାଇଁ ଧମକ ଦେଇଛନ୍ତି। ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଏଭଳି ଏଭଳି ଦାବି ରଖିଛନ୍ତି, ଯେଉଁଥିରେ ପ୍ରଶାସନିକ ମହଲରେ ଚିନ୍ତାର କାରଣ ପାଲଟିଛି।
ସୂଚନା ଅନୁସାରେ ଜମିଜିମା କଥାକୁ କେନ୍ଦ୍ର କରି ନ୍ୟାୟନ ପାଇ ଯୁବକ ଜଣକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଥିଲେ। ନ୍ୟାୟ ନ ମିଳିଲେ କାର୍ଯ୍ୟଳୟରୁ ଉଠିବେ ନାହିଁ ବୋଲି ଧମକ ଦେଇଥିଲେ। ଯୁବକଙ୍କୁ ପୁଲିସ ଯେତେଯାହା ବୁଝାସୁଝା କଲେ ମଧ୍ୟ ଆଦୌ ଶୁଣିବାକୁ ଅମଙ୍ଗ ଥିଲେ, ବରଂ କିରାସିନି ଢାଳି କିମ୍ବା ବେକରେ ଗାମୁଛା ଲଗାଇ ଜୀବନ ହାରିବି ବୋଲି ଧମକ ଦେଇଥିଲେ।
ଯୁବକଙ୍କ ଅଭିଯୋଗ ଅନୁସାରେ ତାଙ୍କ ବାପାଙ୍କ ନାମରେ ଥିବା ସଂପତ୍ତିରୁ କିଛି ଅଂଶ ପାଇବାରୁ ବଞ୍ଚିତ ଅଛନ୍ତି। ବାପାଙ୍କ ଠାରୁ ତାଙ୍କର ଅଧିକାର ତାଙ୍କୁ ମିଳୁ ନଥିବା ସେ ଅଭିଯୋଗ ଆଣିଛନ୍ତି। ତହସିଲ, ଥାନା ଓ ଏସ୍ପିଙ୍କ ନିକଟରେ ମାମଲା ସଂପର୍କରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମଳିପାରି ନାହିଁ। ଶେଷରେ ଉପାୟ ଶୂନ୍ୟ ହୋଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି।
Balasore
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/29/new-project-37-2025-07-29-18-54-50.jpg)