ମୈଦଲପୁର: ନବରଙ୍ଗପୁରଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଚରାମୂଳାର କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ଜଣେ ନିଖୋଜ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ପରିବାର ବର୍ଗଙ୍କୁ ହସ୍ତାନ୍ତର ପରେ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଉଛନ୍ତି। ସେ ହେଉଛନ୍ତି କୋଷାଗୁମୁଡ଼ା ବ୍ଲକ ବାଲେଙ୍ଗା ଗ୍ରାମର ନନ୍ଦ ରାଉତ(୨୫)।

Advertisment

ନନ୍ଦ ରାଉତ ୫ ବର୍ଷ ତଳେ କେରଳକୁ ଦାଦନ ଖଟିବାକୁ ଯାଇଥିଲେ। ଗ୍ରାମର ସମସ୍ତେ ଆସିଲେ। କିନ୍ତୁ ଯୁବକ ଜଣକ ନିଖୋଜ ଥିଲେ। ସେ କେଉଁ ଆଡ଼େ ଚାଲିଯାଇଥିଲେ ତାଙ୍କର ଦେଖା ମିଳି ନ ଥିଲା। ସାଙ୍ଗସାଥି ସେଠାରେ ବହୁ ଖୋଜାଖୋଜି କରି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ମଧ୍ୟ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରିବାର ଲୋକ କେବେ ଭାବି ନ ଥିଲେ ତାଙ୍କ ପୁଅ ମିଳିବ। 

କେରଳ ରାଜ୍ୟରୁ କେମିତି ଆସିଲେ ଅସ୍ପଷ୍ଟ ରହିଛି। କିନ୍ତୁ ଜିଲ୍ଲାର ମୈଦଲପୁର ଥାନା ଚରାମୂଳା ଗ୍ରାମର କିଛି ଯୁବକ ନନ୍ଦଙ୍କୁ ଦେଖାପାଇ ଉଦ୍ଧାର କରି ସେବା ଶ୍ରୁଶୁଶା କରି ହ୍ବାଟ୍‌ସଆପ ଗ୍ରୁପରେ ନିଖୋଜ ଯୁବକର ଫୋଟକୁ ଛାଡିଥିଲେ। ପରେ ପରିବାର ଲୋକ ଚିହ୍ନି ପାରି ଚରାମୁଳା ଗ୍ରାମକୁ ପହଞ୍ଚି ଆମ୍ବୁଲାନ୍ସ ସାହାଯ୍ୟରେ ନବରଙ୍ଗପୁର ମେଡିକାଲ ନେଇଛନ୍ତି। କାରଣ ନିଖୋଜ ଯୁବକ ଉଦ୍ଧାର ସମୟରେ କଥା କହି ପାରୁ ନ ଥିବାବେଳେ ଚାଲିବା ମଧ୍ୟ କଷ୍ଟ ହେଉଛି, ଯାହାକି ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ପରିବାର ଲୋକ ଦେଖିଥିଲେ। ୫ ବର୍ଷ ପରେ ପୁଅକୁ ପାଇ ପରିବାର ଲୋକ ଖୁସିଥିବା ବେଳେ ଉଦ୍ଧାର କରିଥିବା ଯୁବକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Nabarangpur