ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଦ୍ବିତୀୟ ବାହିନୀ ସିଆରପିଏଫର କମାଣ୍ଡାଣ୍ଟ ରତିକାନ୍ତ ବେହେରା ନିର୍ଦ୍ଦେଶରେ ୧୬ତମ ଆଦିବାସୀ ଯୁବ ଭାରତ ଭ୍ରମଣ କାର୍ଯ୍ୟକ୍ରମରେ ସୁକମା ଜିଲ୍ଲାର ଆଦିବାସୀ ଯୁବକ ଏବଂ ଯୁବତୀମାନଙ୍କୁ ନେହେରୁ ଯୁବ କେନ୍ଦ୍ର ମାଧ୍ୟମରେ ଅନ୍ୟ ଏକ ବିକଶିତ ରାଜ୍ୟକୁ ପଠାଇ ସେମାନଙ୍କୁ ସେଠାରେ ଥିବା ସଂସ୍କୃତି ଏବଂ ବିକାଶ ସହିତ ପରିଚିତ କରାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦିଆଯାଇଛି। ଏହା ଦ୍ବାରା ସେମାନେ ଦେଶର ପ୍ରଗତିଶୀଳ କ୍ଷେତ୍ରର କାର୍ଯ୍ୟକଳାପ ଏବଂ ବିକାଶ ଉପରେ ତୀକ୍ଷ୍ଣ ନଜର ରଖିବାର ସୁଯୋଗ ପାଇବେ। ବର୍ତ୍ତମାନ ସୁଦ୍ଧା ୧୨୦ ଯୁବକ ଓ ଯୁବତୀ ବିଭିନ୍ନ ସ୍ଥାନକୁ ଯାତ୍ରା କରିସାରିଛନ୍ତି। ଯେଉଁଥିପାଇଁ ଯୁବକ ଓ ଯୁବତୀମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ପାଣିପାଗ: ଘୁମୁସର ଉଦୟଗିରିରେ ଦିନ ତାପମାତ୍ରା ୩୦.୪, ରାତିରେ ପାରା ୬.୫ ଡିଗ୍ରି
ସୁକମା ସିଆରପିଏଫ ଏବଂ ଜଗଦଲପୁର ନେହେରୁ ଯୁବା କେନ୍ଦ୍ର ସଂଗଠନ ଦ୍ବାରା ଜାନୁଆରି ୨୫ରୁ ୩୧ ପର୍ଯ୍ୟନ୍ତ ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ଗ୍ରାମ ଚିନ୍ତାଗୁମ୍ଫା, ଫୁଲବଗଡି, ଦ୍ରୋଣ ପାଲ, କେରଳପାଲ, ଇଞ୍ଜିରାମ, ଡବବାକୋଣ୍ଟା, ପୁଣପଲ୍ଲୀ, ଗୋଲାପାଲି ଏବଂ ଗାଦିରାସ ଇତ୍ୟାଦି ଗ୍ରାମର ଯୁବକ ଏବଂ ଯୁବତୀମାନଙ୍କୁ ଜୟପୁର (ରାଜସ୍ଥାନ)କୁ ଭ୍ରମଣ ପାଇଁ ପଠାଯାଉଛି।
ଏହି ଖବର ପଢ଼ନ୍ତୁ: ବାଂଲାଦେଶକୁ ସମ୍ଭାଳି ପାରୁ ନାହାନ୍ତି ୟୁନୁସ: ହସିନାଙ୍କୁ ହଟାଇଥିବା ଲୋକେ ଅନୁତାପ କରୁଛନ୍ତି
ନକ୍ସଲ ପ୍ରଭାବିତ ଅଞ୍ଚର ଯୁବକଯୁବତୀମାନେ ଏହି ସହରର ବିକାଶକୁ ଅତି ନିକଟରୁ ଦେଖିପାରିବେ ଏବଂ ଫେରିବା ପରେ ସେମାନେ ନିଜ ଅଞ୍ଚଳର ଲୋକଙ୍କ ସହ ଜଡିତ ହୋଇ ସମସ୍ତ ପ୍ରକାରର ସୂଚନା ବାଣ୍ଟିପାରିବେ ଏବଂ ନିଜ ଅଞ୍ଚଳର ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ଯୁବକମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ ସିଆରପିଏର ପୁରୁଷ ଏବଂ ମହିଳା କର୍ମଚାରୀ ମଧ୍ୟ ସେମାନଙ୍କ ସହିତ ଜୟପୁର (ରାଜସ୍ଥାନ)କୁ ପଠାଯାଇଛି।
ଏହି ଖବର ପଢ଼ନ୍ତୁ: ଭୋଟ୍ ଦେଇ ପାରିଲେନି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ
କାର୍ଯ୍ୟକ୍ରମ ଅଧୀନରେ ୬ ଯୁବକ ଏବଂ ୨୪ ଯୁବତୀଙ୍କୁ ଜୟପୁର (ରାଜସ୍ଥାନ) ଯାତ୍ରା ପାଇଁ ପଠାଯାଉଛି। ସେଠାରେ ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବେ ବୋଲି କୁହାଯାଇଛି। ବିଶିଷ୍ଟ ଲୋକଙ୍କ ସହ ସାକ୍ଷାତ କରି ସେମାନଙ୍କ ସହ ଭାବର ଆଦାନପ୍ରଦାନ ମଧ୍ୟ କରିବେ।
ଏହି ଅବସରରେ ସିଆରପିଏଫ କମାଣ୍ଡାଣ୍ଟ ରତିକାନ୍ତ ବେହେରା ଦ୍ୱାରା ସବୁଜ ପତାକା ଦେଖାଇ ଏହି ଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପଙ୍କଜ କୁମାର, ଦ୍ୱିତୀୟ କମାଣ୍ଡିଂ ଅଫିସର ଅନାମୀ ଶରଣ, ଡେପୁଟି କମାଣ୍ଡାଣ୍ଟଟି ସାମସନ ରାଜୁ, ସାହାୟକ କମାଣ୍ଡାଣ୍ଟ ରାଜେନ୍ଦ୍ର କୁମାର ସମେତ ସମସ୍ତ ଯବାନ ଉପସ୍ଥିତ ଥିଲେ।
ଏହି ଖବର ପଢ଼ନ୍ତୁ: ଇରାକରେ ଝିଅଙ୍କ ବିବାହ ବୟସ ହ୍ରାସ ସଂଶୋଧିତ ବିଲ୍କୁ ମଞ୍ଜୁରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/23/K6TfymXcKDeka4ca5Lfm.jpg)