ଘୁ.ଉଦୟଗିରି: ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପ୍ରତ୍ୟେକ ବର୍ଷ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରାଯିବା ସହିତ ପୁରସ୍କାର ବାବଦରେ ୧୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟ ଠାରେ ୭୦ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଥିଲା।
ଜଙ୍ଗଲ, ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଚେତନତା, ବୃକ୍ଷ ରୋପଣ, ପ୍ଲାଷ୍ଟିକ ବର୍ଜନ, ଘର ଚଟିଆଙ୍କ ସଂରକ୍ଷଣ, ଗ୍ରାମ୍ୟ ପରିବେଶ ସଫେଇ, ବନ ସୁରକ୍ଷା ସମିତି ଗଠନ, ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ, ଆଦିବାସୀଙ୍କ ପ୍ରାଚୀନ ଦେବାଦେବୀଙ୍କ ପୀଠସ୍ଥଳୀର ପୁନଃରୁଦ୍ଧାର ଓ ବିକାଶ, ଇକୋ-ଟୁରିଜିମ୍ର ବିକାଶ କ୍ଷେତ୍ରରେ ରାଜେଶ କାମ କରୁଛନ୍ତି।
ଜଙ୍ଗଲ, ପରିବେଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଚେତନତା, ବୃକ୍ଷ ରୋପଣ, ପ୍ଲାଷ୍ଟିକ ବର୍ଜନ, ଘର ଚଟିଆଙ୍କ ସଂରକ୍ଷଣ, ଗ୍ରାମ୍ୟ ପରିବେଶ ସଫେଇ, ବନ ସୁରକ୍ଷା ସମିତି ଗଠନ, ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ, ଆଦିବାସୀଙ୍କ ପ୍ରାଚୀନ ଦେବାଦେବୀଙ୍କ ପୀଠସ୍ଥଳୀର ପୁନଃରୁଦ୍ଧାର ଓ ବିକାଶ, ଇକୋ-ଟୁରିଜିମ୍ର ବିକାଶ, ବାଲ୍ୟ ବିବାହ ରୋକିବା ଏବଂ ସଚେତନତା ଓ ନିଶାମୁକ୍ତ ସମାଜ ଗଠନ ଉକ୍ତ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ ଧରି ରାଜେଶ କୁମାର ବଗର୍ତ୍ତୀ କାର୍ଯ୍ୟ କରିଆସୁଥିବାରୁ ତାଙ୍କୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ତାଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରିବା ସହିତ ୧୦ ହଜାର ଟଙ୍କା ର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
ରାଜେଶ କୁମାର ବଗର୍ତ୍ତୀଙ୍କ ଘର ଘୁ. ଉଦୟଗିରି ବ୍ଳକ୍ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମରେ, ବର୍ତ୍ତମାନ ସେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି କରୁଛନ୍ତି। ପୁରସ୍କାର ବାବଦରେ ପାଇଥିବା ୧୦ ହଜାର ଟଙ୍କାକୁ ଆଗାମୀ ଦିନରେ ଗ୍ରାମରେ ଥିବା ଘର ଚଟିଆ ମାନଙ୍କର ସଂରକ୍ଷଣ ପାଇଁ ଟଙ୍କାକୁ ବିନିଯୋଗ କରିବେ ବୋଲି ସ୍ଥିର କରିଛନ୍ତି। ଏହା ସହିତ ଆଗକୁ ମଧ୍ୟ ଉକ୍ତ କାର୍ଯ୍ୟଧାରା ଜାରି ରଖିବେ ବୋଲି ମତବ୍ୟକ୍ତ କରିଛନ୍ତି।