ଢେଂକିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଧୀନ ଢେଂକିକୋଟ ନିକଟ ଗ୍ରାମ ଶାନ୍ତରାପୁର ଟିଂଟେଇ ଟାଙ୍ଗର ସାହି ରେଳ ଧାରଣାରେ, ଟ୍ରେନ ଇଞ୍ଜିନ ଧକ୍କାରେ ଗ୍ରାମର ଆଦିବାସୀ ଯୁବତୀ ସୁନିତା ମୁଣ୍ଡା (୩୦)ଓ ଦୁଇ ଛେଳିଙ୍କର ମୃତ୍ୟୁ ହୋଇଛି। ଆଜି ପ୍ରତିଦିନ ଆଜି ପରି ସୁନିତା ଛେଳି ଚରାଇବାକୁ ଟିଂଟେଇ ଟାଙ୍ଗର ସାହି ନିକଟରେ ରେଳ ଲାଇନ ନିକଟକୁ ଯାଇଥିଲେ। ଛେଳି ୨ଟି ଧାରଣା ପାର ହୋଇଯିବା ବେଳେ ସୁନିତା ଫେରାଇ ଆଣୁଥିବା ବେଳେ, ଆସୁଥିବା ଇଞ୍ଜିନ ଧକ୍କା ଦେବାରୁ ଦୁଇ ଛେଳି ଓ ସୁନିତା ଛିଟିକି ପଡ଼ି, ଗୁରୁତର ହୋଇଥିଲେ।

Advertisment

ଲୋକେ ଏହା ଦେଖି, ସରକାରୀ ଆମ୍ବୁଲାନ୍ସକୁ ଫୋନେରେ ଯୋଗାଯୋଗ କରିଥିଲେ, ହେଲେ ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା। ସେତେବେଳକୁ ସୁନିତାଙ୍କର ମୃତ୍ୟୁ ହୋଇ ଥିବାବେଳେ ଦୁଇ ଛେଳି ମରିଥିବା ଖବର ମିଳିଛି। ଏପରି ଘଟଣା ଘଟୁଛି ଓ ଅନେକ ସମୟରେ ଆମ୍ବୁଲାନ୍ସ ପାଇଁ ଆହତମାନଙ୍କୁ ରୋଗୀଙ୍କୁ ସଠିକ ସମୟରେ ଆମ୍ବୁଲାନ୍ସ ଆବଶ୍ୟକ ହେଉଛି। ଏଣୁ ଅଞ୍ଚଳବାସୀ ସାଂସଦ ଅନନ୍ତ ନାୟକଙ୍କୁ ଢେଂକିକୋଟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡିଏମ୍ଏଫ ଦ୍ୱାରା ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଦାବୀ କରିଛନ୍ତି।