ବେଗୁନିଆ: ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳରେ ହାତୀ ଉପଦ୍ରବ ଭୟାବହ ପରିସ୍ଥିତିର ରୂପ ନେଇଛି। ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଁରେ ଆତଙ୍କ ଖେଳିଯାଇଛି। ହାତୀପଲ ରାତିସାରା ଗାଁଭିତରକୁ ପଶି ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ଥିବା ଧାନ ଫସଲକୁ ଦଳି ନଷ୍ଟ କରୁଛନ୍ତି।

Advertisment

ଖୋର୍ଦ୍ଧା ରେଞ୍ଜ ଅନ୍ତର୍ଗତ ବେଗୁନିଆ, ବାଘମାରି, ଭୁଆସୁଣିପାଟଣା, ପରିଛଳ, ଗୋଡ଼ି ଓ ଅଟ୍ରି ଅଞ୍ଚଳରେ ହାତୀମାନେ ଘରେ ଘରେ ପଶି ଭାଙ୍ଗାରୁଜା କରୁଛନ୍ତି। ଚାଷଜମିରେ ପଶି ଅମଳ ହୋଇଥିବା ଧାନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ହାତୀ ପଲ ଏକ ଗାଁରୁ ଅନ୍ୟ ଗାଁକୁ ଘୁରି ଉପଦ୍ରବ ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: Deoranjan Kumar Singh Takes Charge ଉନ୍ନୟନ କମିସନର ଭାବେ ଦାୟିତ୍ବ ଗ୍ରହଣ କଲେ ଦେଓରଞ୍ଜନ କୁମାର ସିଂହ

ଭୟଆତଙ୍କଆହୁରିବଢ଼ିଯାଇଛି

ଆଜି ସକାଳୁ ଭୁଆସୁଣିପାଟଣା ଅଞ୍ଚଳର ପ୍ରିୟବ୍ରତ ପରିଡ଼ା ନାମକ ଯୁବକ ଜଣକ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଆହୁରି ବଢ଼ିଯାଇଛି। ଲୋକେ ନିଜ ଜୀବନ ପ୍ରତି ଡର ଅନୁଭବ କରି ରାତିରେ ଘର ବାହାରେ ରହିବାକୁ ଭୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: Ex Mla Nilagiri Akshyaya Acharchya No More ପରଲୋକରେ ନୀଳଗିରିର ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ

ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ବନ ବିଭାଗ ପକ୍ଷରୁ ଦିନରେ ମାଇକ୍ ଯୋଗେ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ, ରାତିରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। କାଇପଦର,ଗୁଡ଼ୁମ୍, ବାଜପୁର, ପାନବରଜ ଓ ଆଖପାଖ ଅଞ୍ଚଳରେ ଲୋକମାନଙ୍କ ଆଖିରେ ନିଦ ନାହିଁ। ବର୍ତ୍ତମାନ ଖୋର୍ଦ୍ଧା ଅଞ୍ଚଳରେ ପ୍ରାୟ ୨୦ଟି ହାତୀ ବିଭିନ୍ନ ସ୍ଥାନରେ ଘୁରୁଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।