ବାରିପଦା: ଶିମଳିପାଳର ‘ଜୀନତ’ ଏବେ ଝାଡ଼ଖଣ୍ଡ ମୁହାଁ।ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’।
ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍‌ ‘ଜୀନତ’ ଉପରେ ନଜର ରଖିଛି। ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜୀନତ’କୁ ଶିମିଳିପାଳକୁ ଅଣାଯାଇଥିଲା। ଝାଡ଼ଖଣ୍ଡର ଜାମସେଦପୁର ମଣ୍ଡଳରେ ରହିଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ ଆରସିସିଏଫ୍‌।

Advertisment

ନଭେମ୍ବର ୧୫ ତାରିଖରେ ‘ଜୀନତ’କୁ କୋର୍ ଏରିଆକୁ ଛଡ଼ାଯାଇଥିଲା। ୧୦ ଦିନ ଧରି ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍କ୍ଲୋଜର୍ରେ ନିରୀକ୍ଷଣରେ ରହିବା ପରେ ଘଞ୍ଚ ଜଙ୍ଗଲକୁ ଯାଇଥିଲା ମହାବଳ ବାଘୁଣୀ ‘ଜୀନତ୍’। ୨୪ ତାରିଖ ରାତି ପ୍ରାୟ ୯ଟା ୩୦ରେ ଜୀନତ୍କୁ ଶିମିଳିପାଳର କୋର୍ ଅଞ୍ଚଳରେ ଛଡ଼ାଯାଇଥିଲା।

ସୂଚନାଯୋଗ୍ୟ, ନଭେମ୍ବର ୧୫ ତାରିଖରେ ‘ଜୀନତ’କୁ କୋର୍ ଏରିଆକୁ ଛଡ଼ାଯାଇଥିଲା। ୧୦ ଦିନ ଧରି ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍କ୍ଲୋଜର୍ରେ ନିରୀକ୍ଷଣରେ ରହିବା ପରେ ଘଞ୍ଚ ଜଙ୍ଗଲକୁ ଯାଇଥିଲା ମହାବଳ ବାଘୁଣୀ ‘ଜୀନତ୍’। ୨୪ ତାରିଖ ରାତି ପ୍ରାୟ ୯ଟା ୩୦ରେ ଜୀନତ୍କୁ ଶିମିଳିପାଳର କୋର୍ ଅଞ୍ଚଳରେ ଛଡ଼ାଯାଇଥିଲା। ଜୀନତ୍  ଶିମିଳିପାଳ ଉତ୍ତର ଭୂଖଣ୍ଡର ଆଭ୍ୟନ୍ତରୀଣ ଅଞ୍ଚଳର ୫ଶହ ମିଟର ପରିଧିରେ ବୁଲାବୁଲି କରିଥିଲା। ପୂର୍ବରୁ ଛଡ଼ା ଯାଇଥିବା ବାଘୁଣୀ ‘ଯମୁନା’ ଭଳି ‘ଜୀନତ୍’ ଉପରେ ମଧ୍ୟ ଶିମିଳିପାଳ ଟାଇଗର ରିଜର୍ଭର ଏକ ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ନଜର ରଖିଥିଲା। ଏହା ବେକରେ ଲାଗିଥିବା ଜିପିଏସ୍ ଟ୍ରାକର୍ ଦ୍ବାରା ଗତିବିଧି ନିରୀକ୍ଷଣ କରାଯିବ ସହ ରେଡିଓ କଲାର୍ର ସୂକ୍ଷ୍ମ କ୍ୟାମେରାରେ ସେ କେମିତି ଶିକାର କରୁଛି, ଜଙ୍ଗଲର ଅନ୍ୟ ପ୍ରାଣୀଙ୍କୁ ଦେଖି କିଭଳି ଆଚରଣ ଦେଖାଉଛି ତାହା ନଜର ରଖିଥିଲା ବନ ବିଭାଗ।

ବୟସରେ ଯମୁନାଠାରୁ ଜୀନତ୍ ୬ ମାସ ବଡ଼ ହୋଇଥିବାରୁ ଶିକାର କରିବାରେ ବେଶ୍ ପାରଙ୍ଗମ। ଅଭୟାରଣ୍ୟର କୋର୍ ଏରିଆରେ ଜୀନତ୍ ପାଇଁ ଖାଦ୍ୟର ଅଭାବ ରହିବନି। ହେଲେ ବାଘୁଣୀଟି ପ୍ରଥମେ ଶିକାର ଉପରେ ଗୁରୁତ୍ବ ନଦେଇ ଜଙ୍ଗଲକୁ ପଶିବା ପାଇଁ ଘୂରି ବୁଲିବ। ଏହାପରେ ଅଧିକ ଖାଦ୍ୟ ମିଳୁଥିବା ୮ରୁ ୧୦ ବର୍ଗ କିମି ଜଙ୍ଗଲକୁ ଚିହ୍ନଟ କରି ଏହି ଅଞ୍ଚଳରେ ରହିବ। ଏଥିପାଇଁ ୩୦ ଦିନରୁ ଅଧିକ ଲାଗିପାରେ। ଏହାପରେ ଜୀନତ୍ ନିଜ ପାଇଁ ସାଥୀ ପୁରୁଷ ମହାବଳ ଖୋଜିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଥିଲେ।