ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ବୀରତ୍ଵକୁ ବଳ ମିଳିବ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାରେ ସକ୍ଷମ ହେବେ। ଆୟର ନୂଆ ସ୍ରୋତ ମିଳିପାରେ। ଅବିବାହିତ ଲୋକଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ବୃଷ: ଦିନଟି ଆପଣଙ୍କ ପାଇଁ ଖାସ୍‌ ରହିବ। ଦୀର୍ଘ ଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହୋଇଯିବ। ନୂଆ ଦାୟିତ୍ଵ ଗ୍ରହଣ କରିବେ। ପ୍ରେମ ବ୍ୟବହାରରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ପୁରୁଣା କଥା ଭୁଲି ନୂଆ କାମ ଆରମ୍ଭ କରିବା ଦ୍ୱାରା ଫାଇଦା ହେବ। ପରିଶ୍ରମୀ ଲୋକଙ୍କୁ ନିଜ ପରିଶ୍ରମର ମିଠାଫଳ ମିଳିବ। ଆପଣଙ୍କ ଆଖପାଖରେ ଲୋକେ ଆପଣଙ୍କୁ ଆକର୍ଷିତ କରିବାକୁ ପ୍ରୟାସ କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭଦ୍ରକାଳୀ।


କର୍କଟ: ଦିନଟି ଆପଣଙ୍କ ପାଇଁ ଅନୁକୂଳ। ଚାକିରି ଓ ବ୍ୟବସାୟରେ ଆର୍ଥିକ ଲାଭ ହେବ। କୌଣସି ସମାରୋହରେ ଯାଆନ୍ତୁ, ଆପଣଙ୍କ ମାନ-ସମ୍ମାନ ବଢ଼ିବ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ କୀଚକେଶ୍ୱରୀ।

 

ସିଂହ: ନୂଆ କାମଧନ୍ଦା ଉପରେ ବିଚାର କରିବା ଲାଗି ଦିନଟି ଭଲ। ବନ୍ଧୁଙ୍କ ମାଧ୍ୟମରେ ଆର୍ଥିକ ଲାଭ ହେବ। କଳାକାରଙ୍କୁ ଚଳଚ୍ଚିତ୍ରରେ ସୁଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ସମଲେଶ୍ୱରୀ।

 


କନ୍ୟା: ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଦେବୀମାତାଙ୍କ ଆରାଧନାରେ ମନୋକାମନା ପୂରା ହେବ। ଆୟର ନୂଆ ମାଧ୍ୟମ ଦୃଷ୍ଟିଗୋଚର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଲକ୍ଷ୍ମୀ।

 


ତୁଳା: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଯୋଜନାକୁ ନେଇ ଅନ୍ୟମାନଙ୍କ ସହିତ ଆଲୋଚନା କରନ୍ତୁ, ଆପଣଙ୍କ କାମ ପୂରା ହୋଇଯିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସନ୍ତୋଷୀ ମାତା।

 

ବିଛା: ଫାଲତୁ କଥାବାର୍ତ୍ତାରୁ ନିବୃତ୍ତ ରହନ୍ତୁ। ବ୍ୟବସାୟ ଠିକ୍‌ ଢଙ୍ଗରେ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଧନର ଆଗମନ ହେବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ଧନୁ: ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଆପଣଙ୍କର ପ୍ରାଧାନ୍ୟ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

 

ମକର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସଂପର୍କ ମଜଭୁତ ହେବ। କୌଣସି କାମରୁ ବଡ଼ ଫାଇଦା ହେବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା।

 

କୁମ୍ଭ: ଆତ୍ମଚିନ୍ତନରେ ସମୟ ବିତିବ। ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭ ହେବ। ଅଫିସ୍‌ରେ ଲାଗି ରିହିଥିବା ଗୋଳମାଳିଆ ମାମଲାର ସମାଧାନ କରିବେ। ଘର ଖର୍ଚ୍ଚ ବଢ଼ିପାରେ। ଶୁଭରଙ୍ଗ: ବାଇଗଣୀ। ଆରାଧନା: ମାଆ ଦୁର୍ଗା।

 

 

ମୀନ: ଆଜି ଆପଣଙ୍କୁ ଟିକେ ସତର୍କ ରହିବାର ଆବଶ୍ୟକତା ରହିଛି। ଅଫିସ୍‌ରେ କୌଣସି ସହକର୍ମୀଙ୍କ ସହିତ ବିତର୍କ ହୋଇପାରେ। ଆର୍ଥିକ ଲାଭ ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ସମ୍ବନ୍ଧିତ ଖବର