ଏହି ସବୁ ମୂଲ୍ୟବାନ୍‌ ଔଷଧୀୟ ଗଛ ଘରର ଆଖପାଖ, ବଗିଚା କିମ୍ବା କୌଣସି ସାଧାରଣ ପଡ଼ିଆରେ ମଧ୍ୟ ହୋଇଥାଏ। କିନ୍ତୁ ଏମିତି ହୋଇଥାଏ ଆମ ସାମନାରେ ଥିଲେ ମଧ୍ୟ ଆମେ ବେଳେ ବେଳେ ତାକୁ ଚିହ୍ନିପାରି ନ ଥାଉ ଓ ନଷ୍ଟ କରିଦେଉ। ଆୟୁର୍ବେଦ ଚିକିତ୍ସକ ଓ ଡାକ୍ତରଙ୍କ କହିବା ଅନୁସାରେ, ଜାଣନ୍ତୁ ଏହି ସବୁ ଗଛ ଓ ତା’ର ଔଷଧୀୟ ଗୁଣ ବିଷୟରେ...

Advertisment

publive-image

ଅପାମାର୍ଗ
ବିଛା କାମୁଡ଼ିଲେ ଏହି ଗଛର ପତ୍ରର ରସ ଲଗାଇ ଏହାର ଚେରକୁ ଘଷିଲେ ମାତ୍ର କିଛି ସେକେଣ୍ଡ୍‌ ମଧ୍ୟରେ ଆରାମ ମିଳିଥାଏ। ଶ୍ୱାଶରୋଗୀ ଏହାର ଚୂର୍ଣ୍ଣ ସକାଳେ ଖାଲି ପେଟରେ ଖାଇଲେ ଫାଇଦା ମିଳିଥାଏ। ପଥୁରି ପାଇଁ ମଧ୍ୟ ଏହା ଖୁବ୍‌ ଲାଭଦାୟକ ହେବା ସହ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ।

publive-image

ଦୁଦୁରା
ଏହି ଗଛର ଡାଳକୁ ନେଇ ସୋରିଷ ତେଲ ସହ ଗରମ କରି ଆଣ୍ଠୁରେ ମାଲିସ କଲେ ଗଣ୍ଠି ଦରଜ କମ୍‌ ହୋଇଥାଏ। ଏହାର ପତ୍ରକୁ ପାଣିରେ ଫୁଟାଇ କେଶରେ ଲଗାଇଲେ ଉକୁଣି ହୋଇ ନ ଥାଏ ଓ ଦରଜ ହେଉଥିବା ସ୍ଥାନରେ ଲଗାଇଲେ ଦରଜ କମିଥାଏ।

publive-image

ଅରକ
ଏହି ଗଛର ଚେର ବଥ, ଘାଆ ଆଦି ପାଇଁ ଅନେକ ଲାଭଦାୟକ ଅଟେ। ଏହାର ପତ୍ରକୁ ଗରମ କରି ତଳିପା’ରେ ବାନ୍ଧିଲେ ଦରଜ କମିଯାଏ। ପାଦ କିମ୍ବା ଦେହରେ କଣ୍ଟା ବା କାଚ ପଶିଯାଇଥିଲେ ଏହି ଗଛର କ୍ଷୀରକୁ ଲଗାଇବା ଦ୍ୱାରା ତାହା ଆପେ ଆପେ ବାହାରି ଯାଇଥାଏ।