ସାଧାରରତଃ ଆମେ ବଜାରରୁ ଚାଉଳ କିଣି ଖାଉଛେ । ଏ ଚାଉଳ ଦେଖିବାକୁ ଏକଦମ୍ ଛନଛନିଆ। କିନ୍ତୁ ଏହି ଚାଉଳ ଆମ ଲାଗି କେତେ ଉପକାରୀ ତାହା ଆମେ ଜାଣିଛେ କି ? ବଜାରରୁ କିଣି ଆମେ ରୋଷେଇ କରି ଖାଉଥିବା ଚାଉଳ ପ୍ରକୃତରେ ପଲିସ ଚାଉଳ । ଅଧିକ ଚମକିବା ପାଇଁ ଏହି ଚାଉଳକୁ ପଲିସ୍ କରାଯାଉଛି । କାରଣ ଲୋକମାନେ ଏହି ଚାଉଳ କୁ ଅଧିକ ଭଲ ପାଉଛନ୍ତି । କିନ୍ତୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଚାଉଳ କୁ ଆକର୍ଷିତ କରିବା ପାଇଁ ଏହାକୁ ଭଲ ଭାବରେ ରଗଡି ଦିଆଯାଏ । ଏମିତି କଲେ ଚାଉଳର ପୌଷ୍ଟିକତା ନଷ୍ଟ ହୋଇଯାଇଥାଏ ।
ବିନା ପଲିସ୍ ଚାଉଳ ଖାଇବା ଦ୍ୱାରା ଅନେକ ଲାଭ ହୋଇଥାଏ । ବିନା ପଲିସ୍ ଚାଉଳର ଉପରସ୍ତରରେ ଭିଟାମିନ୍୧, ଭିଟାମିନ୍୨, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଡାଏଟରି ମିନେରାଲ୍ସ ଥାଏ । ପଲିସ୍ ଚାଉଳ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ହୋଇଥାଏ । ସେଥିପାଇଁ ଅନେକ ଲୋକ ଭାତ ଖାଇ ନ ଥାନ୍ତି । ବିନା ପଲିସ୍ ଚାଉଳ ଖାଇବା ଦ୍ୱାରା ପେଟ ଠିକ୍ ରହିଥାଏ । ପୁଣି ବିନା ପଲିସ୍ ଚାଉଳ ରକ୍ତରେ କୋଲେଷ୍ଟରଲ ତଥା ସୁଗାର ମାତ୍ରା ଠିକ୍ ରଖିଥାଏ । ଏହା ମଧ୍ୟ କୁହାଯାଏ କି ବିନା ପାଲିସ ଚାଉଳ ଓଜନ କମ୍ କରିବାରେ ସହାୟକ ହୋଇଥାଏ । ଶିଶୁ ମାନଙ୍କୁ ବିନା ପଲିସ୍ ଚାଉଳରେ ତିଆରି ଭାତ ଖାଇବାକୁ ଦିଆଯିବା ଉଚିତ୍, ଏହା ପୁଷ୍ଟିହୀନତା ଦୂର କରିବାରେ ସାହାଯ୍ୟ କରିଥାଏ।