ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। କୌଣସି କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ।

ବୃଷ: ଛୋଟଛୋଟ କଥାରେ ଧ୍ୟାନ ଦେଲେ ଯାଇ ସଫଳତା ପାଇବେ। ବାପାମାଆଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ଅଧିକାରୀଙ୍କୁ କୋମଳ ବ୍ୟବହାର ଦେଖାନ୍ତୁ।

ମିଥୁନ: ଅଫିସର ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କର୍କଟ: ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗରେ ଆଲୋଚନା କରିବେ। ଜୀବନସାଥୀଙ୍କ ପରାମର୍ଶ ଗ୍ରହଣ କରିବା ଭଲ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ସିଂହ: ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାର ଯୋଜନା କରିବେ। ମହିଳାମାନେ କିଣାକିଣି ପାଇଁ ସହରକୁ ଯାଇପାରନ୍ତି।

କନ୍ୟ‌ା: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।

ତୁଳା: ଧନଲାଭର ସୁଯୋଗ ପାଇବେ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଠିକ୍ ରହିବ। ଛାତ୍ରୀମାନେ ସହପାଠୀଙ୍କ ସାହାଯ୍ୟ ପାଇବେ।

ବିଛା: କାମରେ ଭ‌ାଇ ଭଉଣୀଙ୍କ ସହଯୋଗ ପାଇପାରିବେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ପ୍ରେମ ଜୀବନ ମଧୁର ହେବ।

ଧନୁ: ନିତିଦିନିଆ କାମରେ ସଫଳତା ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି।

ମକର: ଅଫିସ କାମରେ ବ୍ୟସ୍ତ ରହିବେ। ସମ୍ପର୍କକୁ ନେଇ ଅଧିକ ଭାବୁକ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ।

କୁମ୍ଭ: ବୈବାହିକ ଜୀବନ ଖୁସିରେ ଭରା ରହିବ। ଅଫିସରେ ପରିବେଶ ଅନୁକୂଳ ରହିବ। ରାଜନୀତିରେ ସଫଳତା ପାଇବେ। ନିଜର ଚକ୍ଷୁ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ମୀନ: ଶୁଭ ଖବର ମିଳିବା ଯୋଗୁଁ ପରିବାରରେ ସୁଖଦ ପରିବେଶ ରହିବ। ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ହେବେ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ।

ସମ୍ବନ୍ଧିତ ଖବର